ଜଣେ ଆଦର୍ଶ ଶିକ୍ଷକଙ୍କ କାହାଣୀ: ହାତରୁ ଖର୍ଚ୍ଚ କରି କରୁଛନ୍ତି ସ୍କୁଲର ବିକାଶ

 ରାଉରକେଲା(ପୱନ ତିୱାରୀ): ସରକାର ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଯୋଜନା କରୁଛନ୍ତି । ଏଣେ ଅବ୍ୟବସ୍ଥିତ ହୋଇ ପଡି ରହିଛି ସରକାରୀ ସ୍କୁଲ । ଭିତ୍ତିଭୂମୀର ଅଭାବ ଯୋଗୁ ଅନେକ ବିଦ୍ୟାଳୟରେ ଶୈଖିକ ବାତାବରଣ ନଷ୍ଟ ହେବାରେ ଲାଗିଛି । କେଉଁଠି ଶିକ୍ଷକ ନାହାଁନ୍ତି ତ କେଉଁଠି ଶ୍ରେଣୀ ଗୃହ। ନୂଆ ଆଦର୍ଶ ବିଦ୍ୟାଳୟର ନିର୍ମାଣ ପରିବର୍ତ୍ତେ ଯଦି ଏହି ସ୍କୁଲଗୁଡ଼ିକର ନବୀକରଣ କରାଯାଇ ପାରନ୍ତା ତାହେଲେ ଏହା କେଉଁ ଆଦର୍ଶ ବିଦ୍ୟାଳୟରୁ […]

school

school

Rakesh Mallick
  • Published: Saturday, 18 November 2017
  • Updated: 19 November 2017, 12:18 AM IST

Sports

Latest News

 ରାଉରକେଲା(ପୱନ ତିୱାରୀ): ସରକାର ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଯୋଜନା କରୁଛନ୍ତି । ଏଣେ ଅବ୍ୟବସ୍ଥିତ ହୋଇ ପଡି ରହିଛି ସରକାରୀ ସ୍କୁଲ । ଭିତ୍ତିଭୂମୀର ଅଭାବ ଯୋଗୁ ଅନେକ ବିଦ୍ୟାଳୟରେ ଶୈଖିକ ବାତାବରଣ ନଷ୍ଟ ହେବାରେ ଲାଗିଛି । କେଉଁଠି ଶିକ୍ଷକ ନାହାଁନ୍ତି ତ କେଉଁଠି ଶ୍ରେଣୀ ଗୃହ। ନୂଆ ଆଦର୍ଶ ବିଦ୍ୟାଳୟର ନିର୍ମାଣ ପରିବର୍ତ୍ତେ ଯଦି ଏହି ସ୍କୁଲଗୁଡ଼ିକର ନବୀକରଣ କରାଯାଇ ପାରନ୍ତା ତାହେଲେ ଏହା କେଉଁ ଆଦର୍ଶ ବିଦ୍ୟାଳୟରୁ କମ୍ ଲାଗନ୍ତା ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ସରକାର ଏ ନେଇ ନୀରବଦ୍ରଷ୍ଟା ସାଜିଛନ୍ତି।

ଏହି ଚିନ୍ତାଧାରାକୁ ସରକାରୀସ୍ତରରରେ କାର୍ଯ୍ୟକାରୀ କରିବାର ବ୍ୟବସ୍ଥା ହେଉ ନ ଥିବା ବେଳେ ଜଣେ ଶିକ୍ଷକ ନିଜ ଉଦ୍ୟମରରେ ନିଜେ ଚାକିରୀ କରୁଥିବା ବିଦ୍ୟାଳୟର ଉନ୍ନତୀ ପାଇଁ ଉଦ୍ୟମ କରୁଥିବା ଘଟଣା ଏବେ ନଜରକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲାର କୁମଝରିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ। ଦିନେ ଯେଉଁ ସ୍କୁଲରେ ଭଲ ଖେଳ ପଡ଼ିଆଟିଏ ନ ଥିଲା, ଯେଉଁଠି ପିଲାଙ୍କ ପାଇଁ ଉତ୍ତମ ବ୍ୟବସ୍ଥା ନ ଥିଲା ସେଇଠି ଆଜି ସବୁକିଛି ହାଇଟେକ୍ ଶୈଳୀର ଚାଲୁଛି। ସ୍କୁଲକୁ ଏହି ନୂଆ ଦିଗରେ ନେଇଯାଇଥିବା ବ୍ୟକ୍ତି ଜଣକ ହେଛନ୍ତି ସଞ୍ଜୟ ସାର୍‌ ।

ଖାଲି ଉଦ୍ୟମ କରିନାହାନ୍ତି । ନିଜ ପକେଟ୍‌ରୁ ଅର୍ଥ ଖର୍ଚ୍ଚ କରି ସ୍କୁଲକୁ ନୂଆ ଦିଗକୁ ନେଇଯାଇଛନ୍ତି ସେ। ସ୍ୱଉଦ୍ୟମରେ ସ୍କୁଲ ପରିସରରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିପ୍‌-ବୋରେୱେଲ ଖୋଳାଇଛନ୍ତି। ପିଲାମାନେ କିପରି ପାଠପଢା ଚାପରୁ ମୁକ୍ତ ହେବେ ସେଥିପାଇଁ ଖେଳ ପଡ଼ିଆ ମଧ୍ୟ ତିଆରି ହୋଇଛି ତାଙ୍କରି ଅର୍ଥରେ। ଖାଲି ସେତିକି ନୁହେଁ ପିଲାମାନଙ୍କ ଚିତ୍ତବିନୋଦନ ପାଇଁ ଟି.ଭି କିଣି ସ୍କୁଲରେ ଲଗାଇଛନ୍ତି ସଞ୍ଜୟ।  ନିଜର ୬ ବର୍ଷର ଚାକିରୀ କାଳରେ ତାଙ୍କ ସହଯୋଗୀ ଶିକ୍ଷକମାନେ ମଧ୍ୟ ସ୍କୁଲକୁ ଆଗକୁ ନେବାପାଇଁ ସଞ୍ଜୟଙ୍କ ହାତରେ ହାତ ମିଶାଇଛନ୍ତି।

ବଣ ପାହାଡ଼ ଘେରା ଆଦିବାସୀ ବହୁଳ ଜିଲ୍ଲା ସୁନ୍ଦରଗଡ଼ର କୁଆଁରମୁଣ୍ଡା ବ୍ଳକରେ ରହିଛି କୁମଝରିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟର । ୧୯୫୮ରେ ଏହି ସ୍କୁଲ ନିର୍ମାଣ ହୋଇଥିଲା। ରାଉରକେଲାଠାରୁ ସ୍କୁଲର ଦୂରତା ପାଖାପାଖି ୩୦ କିଲୋମିଟର। ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପାଠପଢା ଲାଗି ବ୍ୟବସ୍ଥା ଅଛି । ଆଦିବାସୀ ଅଞ୍ଚଳ ହୋଇଥିବାରୁ ଏଠାରେ ପାଠ ପଢୁଥିବା ଅଧିକାଂଶ ପିଲା ଗରିବ ପରିବାରର। ସରକାରୀ ସୁବିଧା ଏହି ସ୍କୁଲ ପାଇଁ ଯୋଗାଇ ଦିଆଯାଇଥିବା ବେଳେ ଏହାର ସଠିକ ବିନିଯୋଗ କରିଦେଖାଇଛନ୍ତି ପ୍ରଧାନ ଶିକ୍ଷକ ସଞ୍ଜୟ । ସ୍କୁଲଟି ଆଜି ସର୍ବ ଭାରତୀୟସ୍ତରରେ ପୁରସ୍କୃତ ହୋଇଛି। ପୂର୍ବରୁ ଯେଉଁଠି ୧୦୦ରୁ କମ୍ ପିଲା ପାଠ ପଢ଼ୁଥିଲେ ସେଠି ଆଜି ପିଲାସଂଖ୍ୟା ୧୦୬୫ରେ ପହଞ୍ଚିଲାଣି। ସରକାରୀସ୍ତରରେ ୧୭ ଜଣ ଶିକ୍ଷକ ଓ ବେସରକାରୀସ୍ତରରେ ୧୫ ଜଣ ଶିକ୍ଷକ ପାଠ ପଢାଉଛନ୍ତି।

ସରକାରୀ ସ୍କୁଲ ପ୍ରତି ସମସ୍ତଙ୍କର ପ୍ରାୟ ନକାରାତ୍ମକ ଚିନ୍ତାଧାର ଥାଏ। ସେଠାରେ ଭଲ ପାଠପଢ଼ା ହେଉ ନଥିବ, ସ୍କୁଲ ଭଲ ନଥିବ, ଶିକ୍ଷକ ନ ଥିବେ ଇତ୍ୟାଦି ଏମିତି ଅନେକ କଥା।  କିନ୍ତୁ କୁମଝରିଆ ସ୍କୁଲକୁ ଦେଖିଲେ ଏସବୁ ଭୁଲ ପ୍ରମାଣିତ ହେବ। ସ୍କୁଲର ବାଉଣ୍ଡରିଠାରୁ ଆରମ୍ଭ କରି ଶ୍ରେଣୀ  ଗୃହ ଯାଏଁ ସବୁଆଡ଼େ ଚକାଚକ୍ ଓ ପରିଷ୍କାର। ସୁନ୍ଦର ପରିବେଶ ସାଙ୍ଗକୁ ଉପୁକ୍ତ ଶୈକ୍ଷୀକ ବାତାବରଣରେ ସ୍କୁଲର ପିଲାମାନେ ପାଠ ପଢୁଛନ୍ତି। ସ୍କୁଲର ଶ୍ରେଣୀ ଗୃହର କାନ୍ଥରେ ବିଭିନ୍ନ ପ୍ରକାରର ମହତ ବାଣୀ ଠାରୁ ଆରମ୍ଭ କରି ଦେଶ ବିଦେଶର ଚିତ୍ର, ରଙ୍ଗୋଲି ଆଦି ଦେଖିବାକୁ ମିଳିବ। ପିଲାମାନଙ୍କ ଲେଖାଲେଖି ପାଇଁ ଉଚ୍ଚମାନର ସ୍କୁଲ ଭଳି ଏଠାରେ ଆଡଭାନସ ବ୍ଳାକ ବୋର୍ଡ ରହିଛି। ସ୍କୁଲ ହତା ଭିତରେ ବିଭିନ୍ନ ପ୍ରକାରର ଗଛଲତା ଲଗାଯାଇଛି। ଯେଉଁଠି ନଜର ପାକାଇବେ କେଉଁଠି ସାମାନ୍ୟ ଅଳିଆ ବି ଦେଖାଯିବା ନାହିଁ। ଏହି ସୁନ୍ଦର ପରିବେଶ ପାଇଁ ସ୍କୁଲଟି  ଜାତୀୟସ୍ତରରେ ପୁରଷ୍କୃତ ହୋଇଛି। ଏଠାରେ  ଥିବା ହଷ୍ଟେଲରେ ପ୍ରାୟ ୪ ଶହ ଛାତ୍ରଛାତ୍ରୀ ରୁହନ୍ତି।

ସଞ୍ଜୟ ସାର୍‌ଙ୍କ ବିଷୟରେ ଦି ପଦ

ସଞ୍ଜୟଙ୍କ ଘର ରାଉଲକେଲା ଅଞ୍ଚଳରେ। ପିଲାବେଳୁ ସେ ସ୍ୱପ୍ନ ଦେଖିଥିଲେ ସମସ୍ତଙ୍କ ନଜରରେ ନିନ୍ଦିତ ସରକାରୀ ସ୍କୁଲକୁ କେମିତି ସମଗ୍ର ରାଜ୍ୟରେ ୧ ନମ୍ବର  କରି ଗଢି ତୋଳିବେ। ସେହି ସ୍ୱପ୍ନ ନେଇ ସେ ଶିକ୍ଷକ ଭାବେ ୨୦୦୪ରେ କୁମଝରିଆ ସ୍କୁଲରେ ଯୋଗ ଦିଅନ୍ତି। ସେତେବେଳକୁ ଏ ସ୍କୁଲର ଅବସ୍ଥା ସେତେଟା ଭଲ ନ ଥିଲା। ସେ ୨୦୧୧ ମସିହାରେ ପ୍ରଧାନ ଶିକ୍ଷକ ଭାବେ ନୂତନ ଦାୟିତ୍ୱ ନେବା ପରେ ସ୍କୁଲର ରୂପରେଖ ବଦଳେଇବା ଆରମ୍ଭ କଲେ। ଦେଖୁ ଦେଖୁ ସ୍କୁଲର ପରିସ୍ଥିତିରେ ଉନ୍ନତି ଆସିଲା। ସାରଙ୍କ ଉଦ୍ୟମରେ ସ୍କୁଲର କାୟା ସମ୍ପୂର୍ଣ୍ଣ ବଦଳି ଗଲା। ସଞ୍ଜୟ ସାର୍ ହେଉଛନ୍ତି ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ଏହି ସ୍କୁଲକୁ ସବୁକିଛି ମାନି ନେଇଛନ୍ତି। ସ୍କୁଲ ହିଁ ହେଉଛି ତାଙ୍କ ପାଇଁ ମନ୍ଦିର। ପିଲାମାନଙ୍କ ସାଧାରଣ ଜ୍ଞାନ ବଢ଼ାଇବା ପାଇଁ ପ୍ରତି ସପ୍ତାହକୁ ଜଣେ ଜଣେ ଲେଖାଏଁ ଏକ୍ସପଟ୍ ଡକାଇ ପିଲାଙ୍କୁ କୋଚିଂ ଦେବାର ବ୍ୟବସ୍ଥା କରିଛନ୍ତି ସେ।

ସ୍କୁଲକୁ ଗୌରବାନ୍ୱିତ କରୁଥିବା କିଛି କଥା  

  • ସ୍କୁଲର ଜଣେ ଛାତ୍ର ବାହେଲେନ୍ ଲାକ୍ରା ରାଜ୍ୟସ୍ତରୀୟ ହକି ପାଇଁ ମନୋନୀତ ହୋଇଛନ୍ତି। ସବୁ କିଛି ସେହି ସଞ୍ଜୟ ସାରଙ୍କ ପାଇଁ ସମ୍ଭବ ବୋଲି ସ୍ଥାନୀୟ ଲୋକେ କହିଥାନ୍ତି।
  • ୨୦୧୬ -୧୭ ଶିକ୍ଷା ବର୍ଷ ପାଇଁ ଜାତୀୟସ୍ତରର ସ୍ୱଚ୍ଛ ବିଦ୍ୟାଳୟ ପୁରଷ୍କାର ପଇଛି ଏହି ସ୍କୁଲ
  • ୨୦୧୬ରେ ରାଜ୍ୟ ସରକାର ମଧ୍ୟ ସ୍ୱଚ୍ଛ ବିଦ୍ୟାଳୟର ପୁରସ୍କାର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story