‘କଟକଣା ନ ମାନିଲେ ଦୀପ ଜାଳିବା ବନ୍ଦ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ମହାଶିବରାତ୍ରୀ । ରାଜ୍ୟର ବିଭିନ୍ନ ଶୈବପୀଠରେ ମହାଦେବଙ୍କ ଲାଗି ଚାଲିଛି ମହା ଆରାଧନା । କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି ।

ଏନେଇ ବିଏମ୍‌ସି ଅତିରିକ୍ତ କମିଶନର ଅବନୀ ପଟ୍ଟନାୟକ କହିଛନ୍ତି , କରୋନା କଟକଣା ମାନି ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକମାନେ ଧାଡ଼ି ବାନ୍ଧି ଯାଉଛନ୍ତି। ସବୁକିଛି ଶୃଙ୍ଖଳାର ସହ ହେଉଛି। ଏହି ଅବସରରେ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ କେବଳ ଭିତରେ ସାମାଜିକ ଦୂରତା ରକ୍ଷା କରି  ଦୀପ ଜାଳିବାକୁ ଅନୁମତି ଦିଆଯାଇଛି।  ତେବେ ଅତ୍ୟଧିକ ଗହଳି ହେଲେ ତଥା ଲୋକେ କଟକଣା ନ ମାନିଲେ, ଅନୁମତି ପ୍ରତ୍ୟାହାର କରାଯିବା ସହ ମନ୍ଦିର ଭିତରେ ଦୀପ ଜାଳିବା ବନ୍ଦ ହୋଇପାରେ ।

ଏନେଇ ଜିଲ୍ଲାପାଳ କହିଛନ୍ତି, ଅଧିକ ଭିଡ଼ ହେଲେ ଯେତିକି ଲୋକ ଭିତରେ ଥିବେ ସେମାନେ ଦୀପ ଜାଳିବେ। ଅନ୍ୟମାନଙ୍କୁ ବାହାରେ ବସାଇବାକୁ ବ୍ୟବସ୍ଥା କରିବୁ।

ଅନ୍ୟପକ୍ଷରେ ଶିବରାତ୍ରୀକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ୩୪ ପ୍ଲାଟୁନ ଫୋର୍ସ ମୁତନୟ କରାଯାଇଛି।  ଜାଗର ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ସହରରେ ଆଡିଶନାଲ ଡିସିପି ଓ ଏସିପି ରାଙ୍କର ଶହେରୁ ଊର୍ଦ୍ଧ୍ୱ ଅଫିସର ମୁତୟନ ଅଛନ୍ତି । ଟ୍ରାଫିକ୍ ପାଇଁ କଟକଣା ହୋଇଛି, କିଛି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଦର୍ଶନ ବେଳେ କୋଭିଡ୍ ଗାଇଡଲାଇନ ମାନିବାକୁ ଅପିଲ୍ କରିଛନ୍ତି  ଡିସିପି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।