ଉମରକୋଟ: ଖାକିର ଦାଦାଗିରି। ଜଣେ ବ୍ୟକ୍ତିଙ୍କ ମକା ଜମିରେ ନାଲିବତି ଗାଡ଼ି ମଡ଼ାଇ ଫସଲ ନଷ୍ଟ କରିବା ଅଭିଯୋଗରେ ଡାବୁଗାଁ ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁଙ୍କ ବିରୋଧରେ ଉମରକୋଟ ଥାନାରେ ମାମାଲା ରୁଜୁ ହୋଇଛି। ଏପରିକି ରାୟଗୁରୁଙ୍କୁ ନବରଙ୍ଗପୁର ଜିଲ୍ଲା ହେଡ୍କ୍ୱାର୍ଟର୍ସକୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ ଗତିଗୁଡ଼ାର ଚାଷୀ ପିଣ୍ଟୁ ବିଷୋୟୀ ଏକ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ମକାଚାଷ କରିଥିଲେ। ସେହି ଜମିକୁ ଲାଗି ରହିଥିବା ଡାବୁଗାଁ ଆଇଆଇସିଙ୍କ ଶ୍ୱଶୁର ଘର ଜମିକୁ ରାସ୍ତା ମିଳୁ ନ ଥିଲା। ପୂର୍ବରୁ ଡାବୁଗାଁ ଆଇଆଇସି ସେହି ମକା ଜମିରୁ ବାଡ଼ ହଟାଇବା ପାଇଁ ପିଣ୍ଟୁକୁ ଧମକ ଦେଇଥିଲେ। କିନ୍ତୁ ପିଣ୍ଟୁ ମାନି ନ ଥିଲେ। ପରେ ଡାବୁଗାଁ ଆଇଆଇସି ନିଜ ଷ୍ଟାଫଙ୍କ ସହ ଉମରକୋଟ ଥାନା ପରିସରରେ ଆସୁଥିବା ଏହି ଜମିରେ ଦାଦାଗିରି ଦେଖାଇ ପୋଲିସ୍ ଗାଡ଼ି ଚଳାଇଥିଲେ। ଫଳରେ ୩୦-୪୦ ଡେସିମିଲ ଜମିରେ ମକାଫସଲ ନଷ୍ଟ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।