ଆଇଏସ୍ଆଇଏସ୍ କବଳରୁ ମୁକ୍ତ ପ୍ରଭାସ ସାମଲ ଆଜି ଯିବେ ରାଉରକେଲା

ଭୁବନେଶ୍ୱର: ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ କବଳରୁ ମୁକ୍ତ ହୋଇଥିବା ଓଡ଼ିଆ ଯୁବକ ପ୍ରଭାସ ସାମଲ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ସେ ରାଉରକେଲା ଯିବେ। ସେଠାରେ ତାଙ୍କର ମା’ଙ୍କ ସହ ଭାଇ ଏବଂ ଭାଉଜ ରହୁଛନ୍ତି। ପ୍ରାୟ ୧୦ଦିନ ଧରି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ କବଜାରେ ଥିବା ପ୍ରଭାସ ଗତ ବୁଧବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ। ଶୁକ୍ରବାର ଭୁବନେଶ୍ୱର ଆସିଥିଲେ।