ସରିଲାଣି ଲିଜ୍‌ ଅବଧି, ତଥାପି ଉଠୁନି କ୍ରସର ୟୁନିଟ୍

କେନ୍ଦୁଝର(ପ୍ରଣୟ ପାଣି): ବେଆଇନ ଭାବେ ଚାଲିଛି କ୍ରସର ୟୁନିଟ୍ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣିର ଲିଜ୍ ଅବଧି ସରିଥିଲେ ମଧ୍ୟ ଲିଜଧାରୀ ଏଠାରୁ କ୍ରସର ଉଠାଉ ନ ଥିବା ଅଭିଯୋଗ ହୋଇଛି । ୧୫ ଏକରର ଏହି ଜାଗାକୁ ଏକ ଘରୋଇ ସଂସ୍ଥାକୁ ୨୦୧୫ରେ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା । ମାଇନିଂ ପ୍ଲାନ୍ ଓ ପରିବେଶ ମଞ୍ଜୁରୀରେ ବିଳମ୍ବ କାରଣରୁ ଏଠାରେ ଖଣି କାର୍ଯ୍ୟ ବିଳମ୍ବ ହୋଇଥିଲା ।  ପରେ […]

crosser unit

crosser unit

Niharika Rout
  • Published: Tuesday, 07 September 2021
  • Updated: 07 September 2021, 08:12 AM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ବେଆଇନ ଭାବେ ଚାଲିଛି କ୍ରସର ୟୁନିଟ୍ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣିର ଲିଜ୍ ଅବଧି ସରିଥିଲେ ମଧ୍ୟ ଲିଜଧାରୀ ଏଠାରୁ କ୍ରସର ଉଠାଉ ନ ଥିବା ଅଭିଯୋଗ ହୋଇଛି ।

୧୫ ଏକରର ଏହି ଜାଗାକୁ ଏକ ଘରୋଇ ସଂସ୍ଥାକୁ ୨୦୧୫ରେ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା । ମାଇନିଂ ପ୍ଲାନ୍ ଓ ପରିବେଶ ମଞ୍ଜୁରୀରେ ବିଳମ୍ବ କାରଣରୁ ଏଠାରେ ଖଣି କାର୍ଯ୍ୟ ବିଳମ୍ବ ହୋଇଥିଲା ।  ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି ।

ଏମିତିକି ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ୧୫୦ ଫୁଟ୍ ଗଭୀରର ପଥର ଖଣିକୁ ପୋତିବାର ବ୍ୟବସ୍ଥା ବି କରାଯାଉନି ।  ଅନ୍ୟ ପକ୍ଷରେ ଲିଜ୍ ସରିବା ପରେ ମଧ୍ୟ ଏଠାରେ କିଛିଦିନ ପର୍ଯ୍ୟନ୍ତ ଖଣି  କାର୍ଯ୍ୟ ଏବଂ କ୍ରସର ଚାଲୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି  ।

ଏଠାରେ ଗୋଟିଏ କ୍ରସର ୟୁନିଟ କାର୍ଯ୍ୟ କରିବାକୁ ଅନୁମତି ଥିବା ବେଳେ ଏହି ଘରୋଇ ସଂସ୍ଥା ଦୁଇଟି ମୋବାଇଲ କ୍ରସର ସହ ତିନୋଟି କ୍ରସର ଚଲାଉଥିବା ଅଭିଯୋଗ ହେଉଛି । ଏସଂପର୍କରେ ବାଂଶପାଳ ତହସିଲଦାର ସପନ କୁମାର ସାହୁ କହିଛନ୍ତି ଲିଜ୍ ଅବଧି ସରିଛି ଏବଂ ଲିଜ୍‌ଧାରୀଙ୍କୁ ଏଠାରୁ ଶୀଘ୍ର ସମସ୍ତ ଜିନିଷପତ୍ର ନେବାକୁ ନୋଟିସ୍ କରାଯାଇଛି  ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos