‘ରାଜଧାନୀବାସୀଙ୍କର ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ସେରୋଲୋଜିକାଲ୍ ସର୍ଭେ ସରିଛି। ରାଜଧାନୀରେ ଶହେ ବ୍ୟକ୍ତିଙ୍କ ଅନୁପାତରେ  ୧.୪ ପ୍ରତିଶତ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର RMRC ନିର୍ଦ୍ଦେଶିକା ଡ.ସଂଘମିତ୍ରା ପତି।

ସେ କହିଛନ୍ତି ଯେ ସଂକ୍ରମଣ ହାର, ସ୍ଥିତି ଓ ଆଣ୍ଟିବଡି ଅଗ୍ରଗତି ଜାଣିବାକୁ ସର୍ଭେ ହେଉଛି। ଭୁବନେଶ୍ୱରରେ କମ୍ୟୁନିଟି, ହାଇରିସ୍କ ଓ ଗ୍ରୁପ୍ ସେରୋ ସର୍ଭେ ସରିଛି। ଶହେ ବ୍ୟକ୍ତିଙ୍କ ଅନୁପାତରେ୧.୪% ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ହାଇରିସ୍କ ଗ୍ରୁପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଖାପାଖି ସମାନ ରହିଛ।

ସେ ଆହୁରି କହିଛନ୍ତି, ରାଜଧାନୀରେ ଜୁନ୍ ମାସର ସଂକ୍ରମଣ ଜାଣିବାକୁ ଜୁଲାଇ ମାସରେ ସର୍ଭେ ହୋଇଥିଲା। ପୁଣି ଥରେ ଭୁବନେଶ୍ୱରରେ ସେରୋ ସର୍ଭେ ହେବ। ଅଗଷ୍ଟ  ମଧ୍ୟ ଭାଗରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ ହେବ। ଭୁବନେଶ୍ୱର, ପୁରୀ ପରେ ଆଜିଠୁ ବ୍ରହ୍ମପୁରରେ ବି ସେରୋଲୋଜିକାଲ୍  ସର୍ଭେ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬,୨୯୭ରେ ପହଞ୍ଚିଥିବା ବେଳେ ୨୧,୯୫୪ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ରାଜ୍ୟରେ ୧୪,୦୯୫ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୨୦୭ ଜଣଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ଆଜି ବାହାରିବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ

କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ

ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା

ବିରୋଧ ସତ୍ତ୍ୱେ କେନ୍ଦ୍ରର ନୂଆ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱରରେ କରୋନା ସ୍ଥିତି: ୟୁନିଟ୍‌-୯ରୁ ୧୭, ୟୁନିଟ୍‌-୮ ଓ ଶୈଳଶ୍ରୀ ବିହାରରୁ ୧୨ ଲେଖାଏଁ ଚିହ୍ନଟ

ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା!

ବଳି ପଡ଼ିପାରନ୍ତି ବିଜେଡି ବିଧାୟକ ଉମା : ତାରା

ଅକ୍ଟୋବର ମାସରୁ ଖୋଲିବ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ