ଇମ୍ଫାର ତ୍ରୈମାସିକ ଓ ପ୍ରଥମାର୍ଦ୍ଧର ଲାଭାଂଶ ଘୋଷଣା

ସୁଭ୍ରକାନ୍ତ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ (ଇମ୍ଫା)
ସୁଭ୍ରକାନ୍ତ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ (ଇମ୍ଫା)

ଭୁବନେଶ୍ୱର: ଅଗ୍ରଣୀ ଫେରୋକ୍ରୋମ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚିତ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍‌(ଇମ୍ଫା) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଓ ପ୍ରଥମାର୍ଦ୍ଧର ଲାଭାଂଶ ଘୋଷଣା କରାଯାଇଛି। ୨୦୧୭ ସେପ୍ଟେମମ୍ବର ୩୦ ସୁଦ୍ଧା ହୋଇଥିବା କମ୍ପାନୀର ଲାଭ କ୍ଷତିର ହିସାବ ଦିଆଯାଇଛି।  ସେହିଅନୁଯାୟୀ ଗତ ଆର୍ଥିକ ବର୍ଷ (ଏହି ସମୟସୀମା ଭିତରେ ) ୩୮୭.୫୮ କୋଟି ଟଙ୍କା ଆୟ କରାଯାଇଥିଲା ବେଳେ ଏବର୍ଷ ୪୧୬.୦୩ ଟଙ୍କା ରାଜସ୍ୱ ଆୟ ହୋଇଛି।  ସେହିପରି ଉତ୍ପାଦନ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ(ତ୍ରୈମାସିକ)୩୨୩.୭୦ କୋଟି ଟଙ୍କାର ରପ୍ତାନୀ କରାଯାଇଥିବା ବେଳେ ଏଥର ୩୪୪.୯୪ କୋଟି ଟଙ୍କାର ରପ୍ତାନୀ କରାଯାଇଛି।

ତଦନୁଯାୟୀ ମୋଟ ଲାଭ(ନେଟ ପ୍ରଫିଟ) କ୍ଷେତ୍ରରେ ଗତ ଥର ୪୨.୩୧ କୋଟି ଟଙ୍କା ଆୟ କରାଯାଇଥିଲା ବେଳେ ଚଳିତ ବର୍ଷ ୭.୩୭ କୋଟି ଟଙ୍କା ଆୟ କରାଯାଇଛି। ତେବେ ଏହି ସମୟ କାଳରେ ଫେରୋକ୍ରୋମ ଉତ୍ପାଦନ ୪ ପ୍ରତିଶତ ହ୍ରାସ ପାଇଛି । ଗତ ଥର ୬୦,୮୩୬ ଟନ୍‌ର ଫେରୋ କ୍ରୋମ୍ ଉତ୍ପାଦନ କରାଯାଇଥିବା ବେଳେ ଚଳିତ ଥର ୫୮.୪୧୩ ଟନ୍‌ର ଫେରୋ କ୍ରୋମ୍ ଉତ୍ପାଦନ କରାଯାଇଥିଲା। ତେବେ ବିକ୍ରି କ୍ଷେତ୍ରରେ ୫ ପ୍ରତିଶତ ବଢିଛି। ଗତ ଥର ୬୧,୭୬୨ ଟନ୍‌ର ଫେରୋକ୍ରୋମ୍ ବିକ୍ରି ହୋଇଥିବା ବେଳେ ଏଥର ୬୫.୦୧୩ ଟନ୍‌ର ଫେରୋ କ୍ରୋମ୍ ବିକ୍ରି ହୋଇଛି।

ସେହିପରି ଗତ ଥର ୨୭୨ ଏମୟୁ ଶକ୍ତି ଉତ୍ପାଦନ କରାଯାଇଥିବା ବେଳେ ଏଥର ୨୫୪ ଏମୟୁର ଶକ୍ତି ଉତ୍ପାଦନ କରାଯାଇଛି। ଏଥିସହ ଥେରୁବାଲି ସାଇଟ୍‌ରେ ଆଉ ଏକ ୧.୫ ମେଗାୱାଟର ସୌର ଶକ୍ତି ପାଇଁ ବ୍ୟବସ୍ଥା କରାଯାଉଛି।  ଏ ନେଇ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ସୁଭ୍ରକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଉପରୋକ୍ତ ସୂଚନା ଦିଆଯାଇଛି।