ଘାତକ ଜୁଲାଇ, ୨୫ ଦିନରେ ମୃତ୍ୟୁ ସଂଖ୍ୟା ସେଞ୍ଚୁରୀ ପାର କଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ମାସରେ ମହାମାରୀ କରୋନା ଭାଇରସ ଓଡ଼ିଶାରେ ତା’ର କରାଳରୂପ ଦେଖାଇଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି କିଛି କମ୍‌ ନାହିଁ।

ଜୁଲାଇ ୧ରୁ ଜୁଲାଇ ୨୫ ମଧ୍ୟରେ ସେଞ୍ଚୁରୀ ପାର କଲାଣି ମୃତ୍ୟୁ ସଂଖ୍ୟା। ଜୁଲାଇରେ ୧୦୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଦିନ ଭିତରେ ରାଜ୍ୟରେ ୧୬ ହଜାର ୯୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ ହଜାର ୪୪୩ ଜଣ ଲେକାଲ ସଂକ୍ରମଣ ବୋଲି ଜଣାପଡ଼ିଛି।

ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫,୨୦୦ ଜଣ ସୁସ୍ଥ ହୋଇଛନ୍ତି। ୮୬୫୦ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୧୩୦ ଜଣଙ୍କ ମୁଣ୍ଡ ନେଲାଣି କରୋନା। ବିଶେଷକରି ଗଞ୍ଜାମ ଜିଲ୍ଲା କରୋନାରେ ସର୍ବାଧିକ ୭୩ ଜଣଙ୍କର ମୃତ୍ୟୁ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।