ଏଥର କୋଭିଡ ନିୟମ ମାନି ପାଳିତ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ।  ସ୍ୱଧୀନତା ଦିବସ ପାଳନ ଲାଗି ସରକାରଙ୍କ ତରଫରୁ ଗାଇଡଲାଇନ ଜାରି କରାଯାଇଛି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସରକାରଙ୍କ ତରଫରୁ ଚିଠି ଲେଖାଯାଇଛି। ଏହି ନିୟମ  ଜିଲ୍ଲା ସମେତ ବ୍ଲକ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ନିୟମକୁ ଅନୁସରଣ କରି ସ୍ୱାଧୀନତା ଦିବସ ପାଳନ କରାଯିବ। ଏହି ସବୁ ଗାଇଡଲାଇନ୍‌ ମାନିବାକୁ ହେବ- .ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସମୟ […]

hhhhhhhh8iiiiiiiii

hhhhhhhh8iiiiiiiii

Tapaswini Nayak
  • Published: Tuesday, 11 August 2020
  • Updated: 11 August 2020, 12:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ।  ସ୍ୱଧୀନତା ଦିବସ ପାଳନ ଲାଗି ସରକାରଙ୍କ ତରଫରୁ ଗାଇଡଲାଇନ ଜାରି କରାଯାଇଛି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସରକାରଙ୍କ ତରଫରୁ ଚିଠି ଲେଖାଯାଇଛି। ଏହି ନିୟମ  ଜିଲ୍ଲା ସମେତ ବ୍ଲକ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ନିୟମକୁ ଅନୁସରଣ କରି ସ୍ୱାଧୀନତା ଦିବସ ପାଳନ କରାଯିବ।

ଏହି ସବୁ ଗାଇଡଲାଇନ୍‌ ମାନିବାକୁ ହେବ-

.ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସମୟ ସ୍ଥିର ହୋଇଛି।

.ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯିବ ।

.ପୁଲିସର କେବଳ ଗୋଟିଏ କିମ୍ବା ଦୁଇଟି କଣ୍ଟିଜେଣ୍ଟ୍ ସ୍ୱାଧୀନତା ଦିବସରେ ଉପସ୍ଥିତ ରହିବେ ।

.ପୁଲିସ ପକ୍ଷରୁ କୌଣସି ପରେଡ କିମ୍ବା ମାର୍ଚ୍ଚପାଷ୍ଟ କରାଯିବ ନାହିଁ।

.ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାଧାରଣ ଜନତା ଉପସ୍ଥିତ ରହିବେ ନାହିଁ।

.୫୦ରୁ ୭୫ଜଣ ପର୍ଯ୍ୟନ୍ତ କେବଳ ଆମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ।

 .ସେମାନଙ୍କ ମଧ୍ୟରୁ ୧୦ରୁ ୧୫ ଜଣ କୋଭିଡ୍ ଯୋଦ୍ଧା ଉପସ୍ଥିତ ରହିବେ ।

.ଇ-ଇନଭାଇଟ ଜରିଆରେ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ।

.କୋଭିଡ୍ କଟକଣା ଅନୁସାରେ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବା ନିମୟ ପାଳନ କରିବେ।

 .ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସ୍ଥଳକୁ ଠିକ ଭାବେ ବିଶୋଧନ କରାଯିବ।

.ପ୍ରବେଶ ପଥରେ ସାନିଟାଇଜର ରଖାଯିବ।

 .ଏହି ସମୟରେ ବୃକ୍ଷ ରୋପଣ ସହ ଅନଲାଇନ୍ ପ୍ରବନ୍ଧ ଲେଖନୀ କିମ୍ବା କୁଇଜ୍ ପ୍ରତିଯୋଗିତାର ଆୟୋଜନ ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos