ଇନ୍ଦିରାଆବାସ ଘର ନିର୍ମାଣ ନ କରିବାରୁ ଜୋତାମାଳ ପିନ୍ଧାଇ ଠିକାଦାରଙ୍କୁ ବୁଲାଇଲେ ଲୋକେ

ବାରିପଦା: ଟଙ୍କା ନେବା ପରେ ମଧ୍ୟ ଇନ୍ଦିରାଆବାସ ଘର କାମ ନ ସାରିବାରୁ ଜଣେ ଠିକାଦାରଙ୍କୁ ହଟହଟା ହେବାକୁ ପଡିଛି। ଗାଁ ଲୋକେ ଠିକାଦାରଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଛନ୍ତି। ଏପରି ଘଟଣା ଘଟିଛି ମୟୂଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବଡ଼ଗୁଡୁଗୁଡିଆ ପଞ୍ଚାୟତ ରାଇକାଲି ଗାଁରେ।

ଇନ୍ଦିରାଆବାସ ଯୋଜନାରେ ଘର ତିଆରି ପାଇଁ ମିଳିଥିବା ଟଙ୍କା ଠିକାଦାର ଜଣଙ୍କ ହିତାଧିକାରୀଙ୍କଠାରୁ ନେଇ ସାରିଛନ୍ତି। ବାରମ୍ବାର କହିବା ସତ୍ତ୍ୱେ ସେ ଘର ନିର୍ମାଣ କରୁ ନ ଥିବା ଗାଁ ଲୋକେ ଅଭିଯୋଗ କରିବା ସହ ତାଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଛନ୍ତି।