ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଇନ୍‌ଟାକ୍‌ର ଚିଠି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଇନଟାକ୍ ଓଡ଼ିଶା ଚାପ୍ଟର ଆବାହକ ଏ.ବି. ତ୍ରିପାଠୀ। ମାମଲା ହାଇକୋର୍ଟର ବିଚାରାଧୀନ ଥିବାରୁ କାମ ସ୍ଥଗିତ ରଖାଯାଉ ବୋଲି ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ରହିଛି ଓ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି, ତେଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ବୋଲି ସେ ଚିଠିରେ ଅନୁରୋଧ କରିଛନ୍ତି। […]

puri-

puri-

Tapaswini Nayak
  • Published: Saturday, 14 May 2022
  • Updated: 14 May 2022, 02:52 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଇନଟାକ୍ ଓଡ଼ିଶା ଚାପ୍ଟର ଆବାହକ ଏ.ବି. ତ୍ରିପାଠୀ। ମାମଲା ହାଇକୋର୍ଟର ବିଚାରାଧୀନ ଥିବାରୁ କାମ ସ୍ଥଗିତ ରଖାଯାଉ ବୋଲି ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ରହିଛି ଓ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି, ତେଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ବୋଲି ସେ ଚିଠିରେ ଅନୁରୋଧ କରିଛନ୍ତି।

ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ, ମାମଲାର ଶୁଣାଣି ବେଳେ ଯେହେତୁ ହାଇକୋର୍ଟ ସ୍ଥଗିତାଦେଶ ଦେଇନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଭକ୍ତଙ୍କ ଉଦ୍‌ବେଗକୁ ନଜରରେ ରଖି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖନ୍ତୁ। ଏହି ପ୍ରକଳ୍ପ ମେଘନାଦ ପାଚେରୀ ଉପରେ ପ୍ରଭାବ ପକାଇ ପାରେ।

ତେବେ AMSAR ଅନୁଯାୟୀ କାର୍ଯ୍ୟ କରିବାକୁ ଚିଠିରେ ଇନଟାକ ଉଲ୍ଲେଖ କରିଛି। ମାମଲାର ଶୁଣାଣି ବେଳେ ASI ନିଜ ପକ୍ଷ ରଖିବାକୁ ଥିବାରୁ ବର୍ତ୍ତମାନ ପ୍ରକଳ୍ପ କାମ ସ୍ଥଗିତ ରଖିଲେ  ପ୍ରକଳ୍ପ ସାରିବାରେ କିଛି ବିଳମ୍ବ ହେବନାହିଁ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ହେଉଛନ୍ତି ଇନଟାକର ପ୍ରତିଷ୍ଠାତା ସଦସ୍ୟ ଅଟନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos