ବୃକ୍ଷ ରୋପଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୧ ଆହତ

ଯାଜପୁର (ଗୁଲାମ ଗସ୍‌): ସରକାରୀ ଜମିରେ ବୃକ୍ଷ ରୋପଣକୁ ନେଇ ଗୋଷ୍ଠୀ ସଂଘର୍ଷ। ବହାର ଗାଁର ଲୋକଙ୍କ ଆକ୍ରମଣରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ବୈରୀ ଥାନା କପାସଟିକ୍ରି ଗ୍ରାମରେ ଘଟିଛି ଏପରି ଘଟଣା। ପୂରା ଘଟଣା ଏମିତି। କପାସଟିକ୍ରି କିଛି ଲୋକ ଏକ ସରକାରୀ ଜମିରେ ଗଛ ଲଗାଇବା ପାଇଁ ସଫା କରୁଥିଲେ। ଏହାକୁ ପଡୋଶୀ ବାରିମୁଳ ଗାଁର ଜଣେ ଯୁବକ ବିରୋଧ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରରୋଚନାରେ ୧୫ରୁ ଊର୍ଦ୍ଧ୍ୱ […]

jajpur attack

jajpur attack

Ordigital Desk
  • Published: Tuesday, 14 August 2018
  • Updated: 14 August 2018, 09:22 PM IST

Sports

Latest News

ଯାଜପୁର (ଗୁଲାମ ଗସ୍‌): ସରକାରୀ ଜମିରେ ବୃକ୍ଷ ରୋପଣକୁ ନେଇ ଗୋଷ୍ଠୀ ସଂଘର୍ଷ। ବହାର ଗାଁର ଲୋକଙ୍କ ଆକ୍ରମଣରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ବୈରୀ ଥାନା କପାସଟିକ୍ରି ଗ୍ରାମରେ ଘଟିଛି ଏପରି ଘଟଣା।

ପୂରା ଘଟଣା ଏମିତି। କପାସଟିକ୍ରି କିଛି ଲୋକ ଏକ ସରକାରୀ ଜମିରେ ଗଛ ଲଗାଇବା ପାଇଁ ସଫା କରୁଥିଲେ। ଏହାକୁ ପଡୋଶୀ ବାରିମୁଳ ଗାଁର ଜଣେ ଯୁବକ ବିରୋଧ କରିଥିଲେ।

ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରରୋଚନାରେ ୧୫ରୁ ଊର୍ଦ୍ଧ୍ୱ ଲୋକ ହାତରେ ଭୁଜାଲି ଓ ଖଣ୍ଡା ଧରି ସେଠାରେ ପହଞ୍ଚିଥିଲେ। ତା’ପରେ କେହି କିଛି ବୁଝିବା ଆଗରୁ ସେମାନେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ୧୧ ଜଣ ଆହତ ହୋଇଥିଲେ।

ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସୁକାନ୍ତ ସ୍ୱାଇଁ ଓ ଦିଲ୍ଲୀପ କୁମାର ବିଶ୍ୱାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଘଟଣା ପରେ ଗାଁରେ ଏବେ ଭୟର ବାତାବରଣ ଖେଳି ଯାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ପୁଲିସ ମୁତୟନ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos