ଶ୍ରୀଜୀଉଙ୍କ ଆଶୀର୍ବାଦ ନେଲେ ରାଜୀବ ଶୁକ୍ଳା

ପୁରୀ: ଆଇପିଏଲ ଚେୟାରମ୍ୟାନ ତଥା କଂଗ୍ରେସ ସାଂସଦ ରାଜୀବ ଶୁକ୍ଳା ପୁରୀ ଗସ୍ତରେ ଆସି  ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଶିଷ ନେଇଛନ୍ତି। ସେ ସିଂହଦ୍ୱାର ଦେଇ ବାଇଶିପାହାଚ ଏବଂ ସାତପାହଚ ଦେଇ ଗରୁଡସ୍ତମ୍ବ ଓ ବାହାର କାଠ ନିକଟରୁ ମହାପଭୁଙ୍କୁ ଦର୍ଶନ କରିଥିଲେ। ଭିତରେ ବେଢା ମଧ୍ୟ ପରିକ୍ରମା କରିଥିଲେ। ଏହି ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଯୁବ କଂଗ୍ରେସର ସଦସ୍ୟମାନେ ଉପସ୍ଥିତି ରହିଥିଲେ। ଶ୍ରୀମନ୍ଦିର ପରିକ୍ରମା କରି ସାରିବା ପରେ ଅରୁଣସ୍ତମ୍ଭ ନିକଟରେ ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ।