ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ବିକେ ଶର୍ମା

କଟକ(ଓଡ଼ିଶା ରିପୋର୍ଟର):ବରିଷ୍ଠ ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମା ଆଜି ପୁଲିସ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ବିକେ ଶର୍ମା ରାଜ୍ୟର ପୁଲିସ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଡା. ଶର୍ମାଙ୍କ ବଦଳରେ ଡିଜିପି ପଦ ପାଇଁ […]

dgp,,,,,,,,,,,

dgp,,,,,,,,,,,

Tapaswini Nayak
  • Published: Thursday, 08 August 2019
  • Updated: 08 August 2019, 12:55 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ବରିଷ୍ଠ ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମା ଆଜି ପୁଲିସ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ବିକେ ଶର୍ମା ରାଜ୍ୟର ପୁଲିସ ମୁଖ୍ୟ ଭାବେ କାର୍ଯ୍ୟ କରିବେ।

ଡା. ଶର୍ମାଙ୍କ ବଦଳରେ ଡିଜିପି ପଦ ପାଇଁ ରାଜ୍ୟ ସରକାର ଯେଉଁ ଛଅ ଜଣ ବରିଷ୍ଠ ଆଇପିଏସଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସେଥିରେ ସର୍ବାଗ୍ରେ ବି.କେ ଶର୍ମାଙ୍କ ନାମ ରହିଛି।

୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ହେଉଛନ୍ତି ବିଜୟ କୁମାର ଶର୍ମା। ୩୩ବର୍ଷର କ୍ୟାରିଅରରେ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଓଡ଼ିଶା କ୍ୟାଡରରେ କାର୍ଯ୍ୟ ଆରମ୍ଭ କରି ସୁନ୍ଦରଗଡ଼, ଫୁଲବାଣୀ ଓ ସମ୍ବଲପୁରରେ ଏସ୍‌ପି ଭାବେ କାର୍ଯ୍ୟ ତୁଲାଇ ଆସିଛନ୍ତି। ଖୋର୍ଦ୍ଧାରେ ଦୁଇ ଦୁଇ ଥର ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜୟ କୁମାର ଶର୍ମା।

୧୯୯୯ରୁ ୨୦୦୬ ପର୍ଯ୍ୟନ୍ତ ସେ ଡେପୁଟେସନରେ ଯାଇ ସିବିଆଇରେ କାର୍ଯ୍ୟ କରିଥିଲେ। ଓଡ଼ିଶାକୁ ଫେରିବା ପୂର୍ବରୁ ସେ ସିବିଆଇର ଡେପୁଟି ଡାଇରେକ୍ଟର ପଦବୀରେ କାର୍ଯ୍ୟ କରିଥିଲେ।
୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଭୁବନେଶ୍ୱର-କଟକର ପୁଲିସ କମିଶନର ଦାୟିତ୍ୱରେ ଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ କମିଶନରେଟ ପୁଲିସରେ ଟ୍ରାଫିକ ବ୍ୟବସ୍ଥା ପରିଚାଳନାରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ। ସେ ମଧ୍ୟ ରାଜ୍ୟରେ କ୍ରାଇମବ୍ରାଞ୍ଚ, ସିଆଇଡିର ଆଇଜି ଦାୟିତ୍ୱରେ ମଧ୍ୟ ଥିଲେ। ବାତ୍ୟା ଫୋନି ସମୟରେ ବିଜୟ କୁମାର ଶର୍ମାଙ୍କ କାର୍ଯ୍ୟ ପ୍ରଶଂସନୀୟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos