ଇସ୍କନର ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

କଟକ: ଶ୍ରୀକ୍ଷେତ୍ର ପୁରୀରେ ଇସ୍କନର ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ ଇସ୍କନକୁ ଏହି ନିର୍ଦ୍ଦେଶ ଦେବା ସହ ପକ୍ଷଭୁକ୍ତ ସମସ୍ତ ପ୍ରତିପକ୍ଷଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ ଜାରି କରିଛନ୍ତି। ପ୍ରସ୍ତାବିତ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଚ କରି ଡିଭିଜନ୍‌ ବେଞ୍ଚରେ ଏକ ରିଟ୍‌ ଅପିଲ୍‌ ଇସ୍କନ କର୍ତ୍ତୃପକ୍ଷ ଦାୟର କରିଥିଲେ। ଏହି ଅପିଲ୍‌ର ପ୍ରାରମ୍ଭିକ ଶୁଣାଣି କରି ଡିଭିଜନ୍ […]

highcourt

highcourt

Rakesh Mallick
  • Published: Monday, 21 March 2016
  • Updated: 21 March 2016, 04:32 PM IST

Sports

Latest News

କଟକ: ଶ୍ରୀକ୍ଷେତ୍ର ପୁରୀରେ ଇସ୍କନର ପ୍ରସ୍ତାବିତ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ ଇସ୍କନକୁ ଏହି ନିର୍ଦ୍ଦେଶ ଦେବା ସହ ପକ୍ଷଭୁକ୍ତ ସମସ୍ତ ପ୍ରତିପକ୍ଷଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ ଜାରି କରିଛନ୍ତି।

ପ୍ରସ୍ତାବିତ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଚ କରି ଡିଭିଜନ୍‌ ବେଞ୍ଚରେ ଏକ ରିଟ୍‌ ଅପିଲ୍‌ ଇସ୍କନ କର୍ତ୍ତୃପକ୍ଷ ଦାୟର କରିଥିଲେ। ଏହି ଅପିଲ୍‌ର ପ୍ରାରମ୍ଭିକ ଶୁଣାଣି କରି ଡିଭିଜନ୍ ବେଞ୍ଚ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ଦିର ନିର୍ମାଣ ପ୍ରସଙ୍ଗରେ ପିକେଡିଏର ନୋଟିସ୍‌କୁ ବିରୋଧ କରି ଇସ୍କନ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଇସ୍କନ ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରି  ପିକେଡିଏ ନିକଟରେ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ଜଣିକିଆ ପୀଠ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ମାମଲାରେ ପକ୍ଷଭୁକ୍ତ ହେବାକୁ ଚାହୁଁଥିବା ଇଣ୍ଟରଭେନର ବିଜୟ କୁମାର ପଣ୍ଡାଙ୍କ କ୍ଷେତ୍ରରେ ମଧ୍ୟ ହାଇକୋର୍ଟ ସମାନ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଇସ୍କନ କର୍ତ୍ତୃପକ୍ଷ ଡିଭିଜନ୍ ବେଞ୍ଚକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos