ଆଜି ଓଡ଼ିଶା ଆସିବେ ଇସ୍ରୋ ମୁଖ୍ୟ କେ. ଶିବନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ରକେଟ୍ ମ୍ୟାନ୍ କେ. ଶିବନ୍। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଆଜି ଭୁବନେଶ୍ୱର ଆସିବେ। ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍। ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି। ଶିବନଙ୍କୁ ସ୍ୱାଗତ କରିବା ସହ ତାଙ୍କ ବକ୍ତବ୍ୟ ଶୁଣିବାକୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଚନ୍ଦ୍ରଯାନ ୨ ମିଶନ୍ ପରେ ପ୍ରଥମ ଥର […]

sivan-k

sivan-k

Tapaswini Nayak
  • Published: Saturday, 21 September 2019
  • Updated: 21 September 2019, 09:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ରକେଟ୍ ମ୍ୟାନ୍ କେ. ଶିବନ୍। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଆଜି ଭୁବନେଶ୍ୱର ଆସିବେ। ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍। ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି।

ଶିବନଙ୍କୁ ସ୍ୱାଗତ କରିବା ସହ ତାଙ୍କ ବକ୍ତବ୍ୟ ଶୁଣିବାକୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଚନ୍ଦ୍ରଯାନ ୨ ମିଶନ୍ ପରେ ପ୍ରଥମ ଥର ପାଇଁ ଶିବନ୍ ଭୁବନେଶ୍ୱର ଆସୁଛନ୍ତି। ତେଣୁ ଏହି ସମୟରେ ମିଶନରେ ତାଙ୍କ ଅଭିଜ୍ଞତା ଓ ଏହାସହ  ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ସେ ଆଲୋକପାତ କରି ପାରନ୍ତି।

ଏହି ସମାବର୍ତ୍ତନ ଉତ୍ସବରେ ୩୨ ଜଣଙ୍କୁ ପିଏଚ୍‌ଡି, ୬୭ଙ୍କୁ ଏମ୍ଏସ୍‌ସି ଏବଂ ୧୦୫ ଜଣଙ୍କୁ ଏମ୍‌ଟେକ୍  ଡିଗ୍ରୀ ପ୍ରଦାନ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର୍ ଆର୍.ଭି. ରାଜକୁମାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos