ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସୁଛନ୍ତି ରକେଟ୍ ମ୍ୟାନ୍ କେ. ଶିବନ୍। ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଭୁବନେଶ୍ୱର ଆସୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ. ଶିବନ୍‌ଙ୍କ ନାମ। ତାମିଲନାଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ। କନ୍ୟାକୁମାରୀ ଜିଲ୍ଲାର ତାରାକାନ୍‌ଭିଲ୍ଲାଇ ଗାଁର […]

sivan

sivan

Tapaswini Nayak
  • Published: Friday, 20 September 2019
  • Updated: 20 September 2019, 04:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସୁଛନ୍ତି ରକେଟ୍ ମ୍ୟାନ୍ କେ. ଶିବନ୍। ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଭୁବନେଶ୍ୱର ଆସୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ. ଶିବନ୍‌ଙ୍କ ନାମ। ତାମିଲନାଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ।

କନ୍ୟାକୁମାରୀ ଜିଲ୍ଲାର ତାରାକାନ୍‌ଭିଲ୍ଲାଇ ଗାଁର ଏକ ଚାଷୀ ପରିବାରରେ ଜନ୍ମିତ ଶିବନ୍‌ଙ୍କ ସ୍କୁଲ ପଢ଼ାପଢ଼ି ସ୍ଥାନୀୟ ଏକ ସରକାରୀ ସ୍କୁଲରେ ହୋଇଥିଲା। ସେ ଏହା ପୂର୍ବରୁ ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟରର ଦାୟିତ୍ୱ ନେଇଥିଲେ। ସେ ପିଲାବେଳେ କେବେ ମଧ୍ୟ ଟ୍ୟୁସନ୍‌ ବା କୋଚିଂ କ୍ଲାସ୍‌ ଯାଇନଥିଲେ, ବରଂ ନିଜ ପ୍ରୟାସରେ ପରିବାରର ପ୍ରଥମ ଗ୍ରାଜୁଏଟ୍‌ ହୋଇଥିଲେ। ବେଙ୍ଗାଲୁରୁ ଆଇଆଇଏସ୍‌ସିରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ମାଷ୍ଟର୍ସ ସାରିବା ପରେ ୨୦୦୬ରେ ଆଇଆଇଟି ବମ୍ବେରେ ପିଏଚ୍‌ଡି ସାରିଥିଲେ। ୧୯୮୨ରେ ସେ ଇସ୍ରୋରେ ଯୋଗଦେଇଥିଲେ। ଲଞ୍ଚ ଭେଇକିଲ୍‌ ମିଶନ୍‌ ପିଏସ୍‌ଏଲ୍‌ଭି ପ୍ରକଳ୍ପରେ ସେ ବଡ଼ ଭୂମିକା ନିଭାଇଥିଲେ। ଏଥିରେ ସେ ପ୍ଲାନିଂ, ଡିଜାଇନିଂ, ଇଣ୍ଟିଗ୍ରେସନ୍‌ ଏବଂ ଆନାଲିସିସ୍‌ ଆଦି କ୍ଷେତ୍ରରେ କାମ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos