ଇସ୍ତଫା ସମ୍ପର୍କରେ ମୋ’ ପାଖରେ କିଛି ସୂଚନା ନାହିଁ: କୃଷିମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିନ ତମାମ୍ ରାଜନୈତିକ ମହଲରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ନେଇ ଗୁଜବ ଲାଗିରହିଥିଲା। ଗଲା କିଛିଦିନ ହେଲା ଚାଷୀ ଆତ୍ମହତ୍ୟା ଓ ମରୁଡି ପ୍ରସଙ୍ଗରେ ଚର୍ଚ୍ଚାରେ ଅଛନ୍ତି କୃଷିମନ୍ତ୍ରୀ। ବିଭିନ୍ନ ସମୟରେ ଏଇ ପ୍ରସଙ୍ଗରେ ତାଙ୍କ ମନ୍ତବ୍ୟକୁ ନେଇ ବି ସେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥିସହିତ ଗୁରୁବାର ସୋହେଲାରେ ବିଜେଡିର ଚାଷୀ ସମାବେଶରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ନ ଦେବା ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା। ତେବେ ଦିନ ତମାମର ଚର୍ଚ୍ଚା ପରେ କୃଷିମନ୍ତ୍ରୀ କହିଛନ୍ତି, ଏ ନେଇ ମୋ ପାଖରେ କିଛି ସୂଚନା ନାହିଁ। ସମୟ ଆସୁ ସବୁ ଜଣାପଡିବ।