ଶୀତଳ ଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର, ହର ଓ ପାର୍ବତୀଙ୍କ ବିବାହ ସଂପନ୍ନ

ସମ୍ବଲପୁର: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ଦୁଲୁକୁଛି।  ବିଳମ୍ବିତ ରାତ୍ରିରେ ହର-ପାର୍ବତୀଙ୍କ ବାହାଘର ସଂପନ୍ନ ହୋଇଛି।  ମାନବୀୟ ରୀତିନୀତିରେ ମାତା ପାର୍ବତୀଙ୍କ ହାତ ଧରିଛନ୍ତି ଭୋଳାନାଥ ମହେଶ୍ୱର। ଏଥିପାଇଁ ବିଭିନ୍ନ ଶିବାଳୟରୁ ବାଜା ରୋଷଣୀ ସହ ବିବାହ ଶୋଭାଯାତ୍ରା ବାହାରିଥିଲା। ବିମାନକୁ କାନ୍ଧରେ ବୋହି ବିବାହ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏଥିସହ ଦେବ ବିବାହ ଉତ୍ସବରେ ଦେବ, ନର, କିନ୍ନର ଓ ଗନ୍ଧର୍ବ ମଧ୍ୟ ସାମିଲ ହୋଇଥିଲେ।  ଶୋଭାଯାତ୍ରା କନ୍ୟାଘର ନିକଟରେ […]

ss

ss

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 09:35 AM IST

Sports

Latest News

ସମ୍ବଲପୁର: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ଦୁଲୁକୁଛି।  ବିଳମ୍ବିତ ରାତ୍ରିରେ ହର-ପାର୍ବତୀଙ୍କ ବାହାଘର ସଂପନ୍ନ ହୋଇଛି।  ମାନବୀୟ ରୀତିନୀତିରେ ମାତା ପାର୍ବତୀଙ୍କ ହାତ ଧରିଛନ୍ତି ଭୋଳାନାଥ ମହେଶ୍ୱର। ଏଥିପାଇଁ ବିଭିନ୍ନ ଶିବାଳୟରୁ ବାଜା ରୋଷଣୀ ସହ ବିବାହ ଶୋଭାଯାତ୍ରା ବାହାରିଥିଲା। ବିମାନକୁ କାନ୍ଧରେ ବୋହି ବିବାହ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏଥିସହ ଦେବ ବିବାହ ଉତ୍ସବରେ ଦେବ, ନର, କିନ୍ନର ଓ ଗନ୍ଧର୍ବ ମଧ୍ୟ ସାମିଲ ହୋଇଥିଲେ।  ଶୋଭାଯାତ୍ରା କନ୍ୟାଘର ନିକଟରେ ପହଞ୍ଚିବା ପରେ ମହାଦେବଙ୍କୁ ବାଟ ବରଣୀ କରି ବେଦୀକୁ ନିଆଯାଇଥିଲା।

ସେଠାରେ ସଂପୂର୍ଣ୍ଣବୈଦିକ ରୀତିରେ ପୁରୋହିତଙ୍କ ମନ୍ତ୍ରପାଠରେ ହାତଗଣ୍ଠି ପଡ଼ିବା ସହ ଶିବ ପାର୍ବତୀଙ୍କ ବାହାଘର ସରିଛି। ଆଜି କନ୍ୟା ବିଦା ହେବା ପରେ ବିଳମ୍ବିତ ରାତ୍ରିରେ ଦେବ ଦଂପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos