ଟିକିରି ଶିକ୍ଷୟିତ୍ରୀ ହତ୍ୟା ଘଟଣା: ଅଭିଯୁକ୍ତକୁ ଧରାଇ ଦେବାକୁ ସିବିଆଇର ପୁରସ୍କାର ଘୋଷଣା

ଭୁବନେଶ୍ୱର: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀକୁ ଧରାଇ ଦେବାକୁ ସିବିଆଇ ପୁରସ୍କାର ଘୋଷଣା କରିଛି। ହତ୍ୟାକାରୀକୁ ଧରାଇ ଦେବା ବ୍ୟକ୍ତିଙ୍କୁ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସିବିଆଇ ପକ୍ଷରୁ ଘୋଷଣା କରାଯାଇଛି।

ଇତିଶ୍ରୀ ହତ୍ୟାକାଣ୍ଡକୁ ୧ ବର୍ଷ ୩ ମାସ ବିତି ଯାଇଥିଲେ ବି ସିବିଆଇ ଏପର୍ଯ୍ୟନ୍ତ ହତ୍ୟାକାରୀର ସୁରାକ ପାଇନାହିଁ। ତଦନ୍ତ ପାଇଁ ସିବିଆଇ ୧୪  ଥର ରାୟଗଡ଼ା ଆସି ୩୬ ଜଣଙ୍କୁ ଜେରା କରିସାରିଛି। ତେବେ ଏପର୍ଯ୍ୟନ୍ତ କୌଣସି ଠୋସ୍‌ ପ୍ରମାଣ ପାଇନାହିଁ। ଏଥିପାଇଁ ସିବିଆଇ ଲୋକଙ୍କ ସହଯୋଗ ଲୋଡ଼ିଛି।