ଜଗମୋହନ ମରାମତି ନେଇ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଜଗମୋହନ ମରାମତି କାମ ନେଇ ଆଜି ଅପରାହ୍ନରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ଜଗମୋହନ ମରାମତି କାମକୁ ଅନୁମୋଦନ ଦିଆଯିବ ।

ପୂର୍ବରୁ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଜାନୁଆରୀ ୨୭ରୁ ଆରମ୍ଭ କରାଯିବାକୁ ସହମତି ପ୍ରକାଶ ପାଇଥିଲା। ଦିନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମରାମତି କାମ ପ୍ରତ୍ନତତ୍ତ୍ୱ ବିଭାଗ କରିବ। ସ୍ୱଳ୍ପ ସମୟ ମଧ୍ୟରେ ସମନ୍ୱୟ ରଖାଯାଇ କିପରି ଜଗମୋହନ ମରାମତି କାମ କରାଯାଇପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାଦନ ପକ୍ଷରୁ ଦୁଇଟି କମିଟି ଗଠନ କରାଯାଇଛି।

ନୀତିକାନ୍ତି ତଦାରଖ ପାଇଁ ଗୋଟିଏ କମିଟି ଓ ଅନ୍ୟ ଏକ ବୈଷୟିକ କମିଟି ମରାମତି କାମ ଅନୁଧ୍ୟାନ କରିବ । ଏହାସହ ଏଏସ୍ଆଇ କାମରେ ସହଯୋଗ କରିବ। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ରାଇଜର ପ୍ଲାଟଫର୍ମ କରାଯିବାକୁ ବ୍ଲୁ ପ୍ରିଣ୍ଟ ସରିଛି ।