ଜଗମୋହନ ମରାମତି ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଗମୋହନ ମରାମତି ପାଇଁ କୋର୍ କମିଟି ଦେଇଥିବା ପ୍ରସ୍ତାବକୁ ଏଏସ୍‌ଆଇ ଡିଜି ଅଗ୍ରାହ୍ୟ କରିଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ କୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି,“ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏଏସ୍‌ଆଇ ଡିଜିଙ୍କୁ କୁହାଯାଉ। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଅତିଶୀଘ୍ର ଏକ ଦୃଢ଼ ସମାଧାନର ସୂତ୍ର ବାହାର କରିବାକୁ […]

shree-mandira

shree-mandira

Rakesh Mallick
  • Published: Friday, 13 May 2016
  • Updated: 14 May 2016, 04:12 PM IST

Sports

Latest News

shree-mandiraଭୁବନେଶ୍ୱର: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଗମୋହନ ମରାମତି ପାଇଁ କୋର୍ କମିଟି ଦେଇଥିବା ପ୍ରସ୍ତାବକୁ ଏଏସ୍‌ଆଇ ଡିଜି ଅଗ୍ରାହ୍ୟ କରିଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ କୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି,“ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏଏସ୍‌ଆଇ ଡିଜିଙ୍କୁ କୁହାଯାଉ। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଅତିଶୀଘ୍ର ଏକ ଦୃଢ଼ ସମାଧାନର ସୂତ୍ର ବାହାର କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଉ। ମରାମତି କାମ ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି।”

ଏଏସ୍‌ଆଇର ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,“ଏଏସ୍‌ଆଇର ଆଭିମୁଖ୍ୟ ଆମକୁ ଚିନ୍ତିତ କରିଛି। ଜଗମୋହନ ମରାମତି ଦିଗରେ ବିଳମ୍ବ କଲେ ସ୍ଥିତି ବିପଦଜନକ ହୋଇପାରେ।” କୋଣାର୍କ ମନ୍ଦିର କ୍ଷେତ୍ରରେ ଠିକ୍ ଏଭଳି ଘଟିଥିଲା ବୋଲି ମୁଖ୍ୟମନ୍ତ୍ରୀ ମନେ ପକାଇ ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି,“ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଏବେ ଯେଉଁ ସ୍ଥିତି ଉପୁଜିଛି ଠିକ୍ ସେମିତି ସ୍ଥିତି କୋଣାର୍କ ମନ୍ଦିର କ୍ଷେତ୍ରରେ ମଧ୍ୟ ଉପୁଜିଥିଲା। ଫଳରେ କୋଣାର୍କର ଜଗମୋହନ ଭୁଶୁଡ଼ି ଯାଇଥିଲା।”

ଅନ୍ୟପକ୍ଷରେ ଆଜି ଜଗମୋହନ ମରାମତି ପ୍ରସଙ୍ଗ ନେଇ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୋର୍ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଆଇନ ମନ୍ତ୍ରୀ କହିଥିଲେ,“କୋର୍‌ କମିଟିର ପ୍ରସ୍ତାବକୁ ଏଏସ୍‌ଆଇ ଅଗ୍ରାହ୍ୟ କରି ଦେଇଥିଲା। ଏହାର ପୁନର୍ବିଚାର କରିବାକୁ ଏଏସ୍‌ଆଇ ଡିଜିଙ୍କୁ କୁହାଯାଇଛି। ତା’ସହିତ ଅତିଶୀଘ୍ର ଏକ ଦୃଢ଼ ପ୍ରସ୍ତାବ ଦେବା ପାଇଁ ମଧ୍ୟ କୁହାଯାଇଛି।”

ଜଗମୋହନ ମଧ୍ୟରେ ଏକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍ ଫ୍ରେମ୍ ଲଗାଇବାକୁ କୋର୍ କମିଟିର ପ୍ରସ୍ତାବକୁ ବିରୋଧ କରୁଛି ଏଏସ୍‌ଆଇ।

ମରାମତି କାର୍ଯ୍ୟରେ ଲାଗିବାକୁ ଥିବା ଏହି ଷ୍ଟେନ୍‌ଲେସ୍‌ ଷ୍ଟିଲ୍ ପାଇଁ ସରକାରଙ୍କୁ ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ।

ମିଳିଥିବା ସୂଚନା ଅନୁଯାୟୀ ଜଗମୋହନର ଯେଉଁ ସବୁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ସେଗୁଡ଼ିକୁ ଏଏସ୍‌ଆଇ ଯୁଗ୍ମ ମହାନିର୍ଦ୍ଦେଶକ ନିରୀକ୍ଷଣ କରିବେ। ତାଙ୍କ ସହିତ ମାଡ୍ରାସ ଆଇଆଇଟିର ବିଶେଷଜ୍ଞମାନେ ଉପସ୍ଥିତ ରହିବେ। ଏଏସ୍‌ଆଇ ଷ୍ଟିଲ୍ ଫ୍ରେମ୍‌ର ବିକଳ୍ପ ଖୋଜିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos