ଶ୍ରୀମନ୍ଦିର ଜଗମୋହନ ଖୋଲିବାକୁ ନେଇ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି , ଜାଣନ୍ତୁ ଆଜି କ’ଣ ହେଲା, କ’ଣ କହିଲେ ଜିଲ୍ଲାପାଳ  

ପୁରୀ, (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ଖୋଲିବାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ଆଜି ଛତିଶା ନିଯୋଗର ବୈଠକ ବସିଥିଲା। ବୈଠକ ଶେଷରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ  ସୂଚନା ଦେଇ କହିଛନ୍ତି ଯେ,  ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବୁ।  ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଗର୍ଭଗୃହ ପ୍ରବେଶ ନେଇ ହାଇକୋର୍ଟଙ୍କ କଟକଣା ଉପରେ ବାରଣ ନିର୍ଦ୍ଦେଶର ପୁନର୍ବିଚାର ଲାଗି ହାଇକୋର୍ଟଙ୍କୁ ନିବେଦନ କରାଯିବ ବୋଲି ଜିଲ୍ଲାପାଳ […]

JU

JU

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 09:59 PM IST

Sports

Latest News

ପୁରୀ, (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ଖୋଲିବାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ଆଜି ଛତିଶା ନିଯୋଗର ବୈଠକ ବସିଥିଲା। ବୈଠକ ଶେଷରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ  ସୂଚନା ଦେଇ କହିଛନ୍ତି ଯେ,  ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବୁ।  ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଗର୍ଭଗୃହ ପ୍ରବେଶ ନେଇ ହାଇକୋର୍ଟଙ୍କ କଟକଣା ଉପରେ ବାରଣ ନିର୍ଦ୍ଦେଶର ପୁନର୍ବିଚାର ଲାଗି ହାଇକୋର୍ଟଙ୍କୁ ନିବେଦନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ଏଥିସହ ଗର୍ଭଗୃହ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଥିଲେ ହାଇକୋର୍ଟ।  ଗର୍ଭଗୃହ ମଧ୍ୟକୁ କେଉଁମାନେ ପ୍ରବେଶ କରିପାରିବେ ଉକ୍ତ ପ୍ରସଙ୍ଗ ଉପରେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସେବାପୂଜା ସହିତ ଜଡ଼ିତ ସେବାୟତମାନେ ହିଁ କେବଳ ଗର୍ଭଗୃହ ଭିତରକୁ ଯାଇପାରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ।   ଜଗମୋହନ ପ୍ରସଙ୍ଗରେ ପୂର୍ବ ନିର୍ଦ୍ଦେଶ ମୁତାବକ ଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ଅଗଷ୍ଟ ୧ ପର୍ଯ୍ୟନ୍ତ ଜଗମୋହନ ଖୋଲିବା ନିମନ୍ତେ ମହଲତ ପ୍ରଦାନ କରିବାକୁ ଦର୍ଶାଯାଇଥିଲା। ହାଇକୋର୍ଟ ଏଥିରେ ବିରକ୍ତି ପ୍ରକାଶ କରିଥିଲେ।  ଏପରିକି  ଉକ୍ତ ମହଲତକୁ ଅଗ୍ରାହ୍ୟ କରିଦେଇଥିଲେ।  ଏଥିସହ ନୀତି ପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ନୀତି ପ୍ରଶାସକ ଦାସ ହାଜର ହୋଇଥିଲେ। ନୀତି  ପ୍ରଶାସକ ପ୍ରଦୀପ ଦାସ ବ୍ୟକ୍ତିଗତ ଭାବେ ହାଜର ହୋଇ କୋର୍ଟଙ୍କ ଆଦେଶକୁ ଅବିଳମ୍ବେ ଅନୁପାଳନ କରିବାକୁ ସମ୍ମତି ଜଣାଇଥିଲେ  । ତେବେ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଭକ୍ତ, ଶ୍ରୀମନ୍ଦିର ଭିତର କାଠ ନିକଟରୁ  ଠାକୁରଙ୍କୁ ଦର୍ଶନ କରିପାରିବେ।

ହେଲେ କୋର୍ଟଙ୍କ ଅନ୍ୟ ଏକ ନିର୍ଦ୍ଦେଶ  କ୍ରମେ ସବୁଦିନ ପାଇଁ ବନ୍ଦ ହୋଇପାରେ ଗର୍ଭଗୃହ ଭିତରକୁ ଯାଇ  ଶ୍ରୀଜୀଉଙ୍କୁ ଦର୍ଶନ । କାରଣ ଜଷ୍ଟିସ ବି.ପି.ଦାସଙ୍କୁ ନେଇ ଗଠିତ  ଶ୍ରୀମନ୍ଦିର ସଂସ୍କାର କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ କୋର୍ଟ ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିର ସଂସ୍କାର କମିଶନ ଦେଇଥିବା-କ୍ଲଜ ଥ୍ରୀ (କେ) ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଗର୍ଭଗୃହକୁ କେବଳ ସେହିମାନେ ହିଁ ଯାଇପାରିବେ, ଯେଉଁମାନଙ୍କର ସେହି ଦିନ  ସେବାପୂଜା ସହ ସମ୍ପର୍କ ରହିଥିବ । ଅର୍ଥାତ୍ ଅନ୍ୟ ସେବାୟତ କିମ୍ବା  ବାହାର ଲୋକ କେହି ଭିତରକୁ ଯାଇ ପାରିବେ ନାହିଁ। ଯଦି ଏହି ନିର୍ଦ୍ଦେଶର ଅନୁପାଳନ ହୁଏ ତା ହେଲେ ସାହାଣମେଲା ଓ ପାରମାଣିକ ଦର୍ଶନ ବ୍ୟବସ୍ଥା ସବୁଦିନ ପାଇଁ ବନ୍ଦ ହୋଇପାରେ । ଭକ୍ତ ଓ ସେବାୟତ ମହାପ୍ରଭୁଙ୍କ ସାନିଧ୍ୟକୁ ଯାଇ ଦର୍ଶନ କରିବାର ସୁବିଧାରୁ ବଞ୍ଚିତ ହେବେ। ଯାହାକୁ ନେଇ ଉଭୟ ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ପ୍ରତିକ୍ରିୟା  ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story