ଜଗମୋହନ ସ୍ଥାୟୀ ସୁରକ୍ଷା ପାଇଁ ପୋଟାଲ ଷ୍ଟିଲ ବକ୍ସଫ୍ରେମ୍‌ ଲଗାଯିବ

ପୁରୀ/କଟକ: ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ପୋଟାଲ ଷ୍ଟିଲ ବକ୍ସ ଫ୍ରେମ୍‌ ଲଗାଯିବ। ଆଇଆଇଟି ବିଶେଷଜ୍ଞଙ୍କ ଡିଜାଇନ୍‌ ମୁତାବକ ଷ୍ଟିଲ୍‌ ବକ୍ସ ଫ୍ରେମ୍‌ ଫେବ୍ରିକେସନ କାର୍ଯ୍ୟ ହାଇଦ୍ରାବାଦରେ ଚାଲିଛି। ଆସନ୍ତା ୧୨ ତାରିଖ ସୁଦ୍ଧା ଫେବ୍ରିକେସନ୍‌ କାମ ପାଇଁ ଷ୍ଟିଲ ବେସ୍‌ ପ୍ଲେଟ୍‌ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିବ। ତା’ପରେ ଷ୍ଟିଲ ବେସ ପ୍ଲେଟ୍‌ ପକାଯାଇ ଉତ୍ତର-ପଶ୍ଚିମ ଓ ପକ୍ଷିଣ-ପଶ୍ଚିମ କୋଣରୁ କାର୍ଯ୍ୟ ଆରମ୍ଭ ହେବ।

ଷ୍ଟଲ ବେସ୍‌ ପ୍ଲେଟ୍‌ ଦ୍ୱିତୀୟ ଲେୟାର ଚଟାଣ ଉପରେ ପକାଯିବା ପରେ ଫ୍ରେବିକେସନ କାର୍ଯ୍ୟ କରାଯିବ। ଏଥିପାଇଁ ଚେନ୍‌, ପୁଲ ଆସି ଲଗାଯାଇଛି। କାମ ତ୍ୱରାନ୍ୱିତ ପାଇଁ ଏଏସ୍‌ଆଇକୁ ପୂର୍ତ୍ତ ବିଭାଗ ପକ୍ଷରୁ ଜଗମୋହନ ହସ୍ତାନ୍ତର କରିବାକୁ ଚିଠି ଲେଖାଯାଇଛି ବୋଲି ଜିଲ୍ଲା ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ୨୦୧୬ ଜାନୁଆରୀ ୨୭ ତାରିଖରୁ ଜଗମୋହନ ମରାମତି କାମ ଆରମ୍ଭ ହୋଇଥିଲା। ଏବେ ମଧ୍ୟ କାମ ଚାଲିଥିବାରୁ ଜଗମୋହନ ଭିତର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବଞ୍ଚିତ ହେଉଛନ୍ତି। ତେଣୁ ଦ୍ରୁତଗତିରେ କାମ ଶେଷ କରିବା ପାଇଁ ସେବାୟତ ଓ ଭକ୍ତମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଜଗମୋହନ ମରାମତି ନେଇ ଆଜି ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଗ୍ରାଉଣ୍ଡିଂ କାମ ଶେଷ କରାଯାଇ ଗୁରୁବାର ସୁଦ୍ଧା ପୂର୍ତ୍ତ ବିଭାଗକୁ ଜଗମୋହନ ହସ୍ତାନ୍ତର କରାଯିବ। ହସ୍ତାନ୍ତର ପରେ ପୂର୍ତ୍ତ ବିଭାଗ ଷ୍ଟିଲ ଫ୍ରେମ୍‌ ପୋର୍ଟାଲ କାମ କରିବ।

ସତ୍ୟପାଠରେ ଏଏସ୍‌ଆଇ କୋର୍ଟଙ୍କୁ ଏନେଇ ଅବଗତ କରାଇଛି। ସେପଟେ କାର୍ଯ୍ୟର ଅଗ୍ରଗତି ନେଇ ୧୫ ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି କରାଯିବ।