ଜଗତସିଂହପୁର: ପୋଲରେ ପିଟି ହେଲା କାର୍,୨ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଅପଣ୍ଡରା ଗାଁର ବୋଲି ଜଣାପଡ଼ିଛି। ସୋମବାର ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏମାନେ କଟକରୁ ଏକ ମାରୁତି ଭ୍ୟାନରେ ଫେରୁଥିବାବେଳେ ତାଙ୍କ କାର୍ ଏକ ପୋଲରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।