ଜଗିମୁଣ୍ଡାରେ ୮ ଶିଶୁ ଜଣ୍ଡିସ୍‌ରେ ଆକ୍ରାନ୍ତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଜଗିମୁଣ୍ଡା ଗାଁର ମୋଚିପଡ଼ାରେ ବ୍ୟାପିଛି ଜଣ୍ଡିସ୍। ଏହି ଗାଁର ଦୁଇ ବର୍ଷରୁ ଦଶ ବର୍ଷ ମଧ୍ୟରେ ଆଠ ଜଣ ଶିଶୁ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଗାଁକୁ ଏକ ଡାକ୍ତରୀ ଦଳ ଯାଇ ଚିକିତ୍ସା କରିଥିଲେ ସୁଦ୍ଧା କେହି ଭଲ ହୋଇ ନ ଥିବା ଅଭିଯୋଗ ହୋଇଛି।  ଦୂଷିତ ପାନୀୟ ଜଳ ଯୋଗୁଁ ଗାଁରେ ଜଣ୍ଡିସ୍‌ ବ୍ୟାପୁଥିବା ଜଣାପଡ଼ିଛି। ପାଟଣାଗଡ଼ ଉପଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡା ଗାଁକୁ ଯାଇ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା […]

jandic

jandic

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 08:04 AM IST

Sports

Latest News

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଜଗିମୁଣ୍ଡା ଗାଁର ମୋଚିପଡ଼ାରେ ବ୍ୟାପିଛି ଜଣ୍ଡିସ୍। ଏହି ଗାଁର ଦୁଇ ବର୍ଷରୁ ଦଶ ବର୍ଷ ମଧ୍ୟରେ ଆଠ ଜଣ ଶିଶୁ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଗାଁକୁ ଏକ ଡାକ୍ତରୀ ଦଳ ଯାଇ ଚିକିତ୍ସା କରିଥିଲେ ସୁଦ୍ଧା କେହି ଭଲ ହୋଇ ନ ଥିବା ଅଭିଯୋଗ ହୋଇଛି।  ଦୂଷିତ ପାନୀୟ ଜଳ ଯୋଗୁଁ ଗାଁରେ ଜଣ୍ଡିସ୍‌ ବ୍ୟାପୁଥିବା ଜଣାପଡ଼ିଛି। ପାଟଣାଗଡ଼ ଉପଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡା ଗାଁକୁ ଯାଇ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପଡ଼ାରେ ଥିବ ନଳକୂପ ମରାମତି ଓ ପୋଖରୀରୁ ପଙ୍କ ଉଦ୍ଧାର  କରିବା ପାଇଁ  ନିର୍ଦ୍ଦେଶ ଦେଇଥିଲେ।

ପାଟଣାଗଡ଼ ଏସ୍‌ଡିଏମ୍‌ଓ ଚନ୍ଦ୍ରଭାନୁ ମେହେର କହିଛନ୍ତି, “ମାଚିପଡ଼ାର ୮ ଜଣ ଶିଶୁ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଦୂଷିତ ପାଣି ପିଇବା ଯୋଗୁଁ ଜଣ୍ଡିସ୍‌ ବ୍ୟାପିଥିବା ପରୀକ୍ଷାରୁ ଜଣାପଡ଼ିଛି। ଜଣ୍ଡିସ୍‌ ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରତିଦିନ ଏକ ମେଡିକାଲ ଟିମ୍ ଗାଁକୁ ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି।”

ପୂର୍ବରୁ ଏହି ଗାଁର ୧୨ ଜଣ ବ୍ୟକ୍ତି ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିଲେ। ତେବେ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos