ଜଗମୋହନ ସ୍ଥିତି ଅନୁଧ୍ୟାନ କରିବାକୁ ହାଇକୋର୍ଟ ବାର ଆସୋସିଏସନ୍‌ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌କୁ ମିଳିଲାନି ଅନୁମତି

ପୁରୀ: ଜଗମୋହନର ସଂଗୀନ ସ୍ଥିତି ଅନୁଧ୍ୟାନ କରିବା ପାଇଁ  ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ର ଏକ ଚାରି ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇଥିଲେ। କିନ୍ତୁ ତାଙ୍କୁ ଜଗମୋହନର ସ୍ଥିତିକୁ ଅନୁଧ୍ୟାନ କରିବାକୁ ଦିଆଯାଇ ନ ଥିଲା। ଏହାକୁ ନେଇ ହାଇକୋର୍ଟ ବାର ଆସୋସଏସନର ସଭାପତି ଡ. ଅଶୋକ କୁମାର ମହାପାତ୍ର ଓ ସଂପାଦକ ବିଜୟ କୁମାର ରଗଡ଼ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସଭାପତି ଡ. ଅଶୋକ କୁମାର ମହାପାତ୍ର […]

fact-finding team

fact-finding team

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 03:53 PM IST

fact-finding teamପୁରୀ: ଜଗମୋହନର ସଂଗୀନ ସ୍ଥିତି ଅନୁଧ୍ୟାନ କରିବା ପାଇଁ  ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ର ଏକ ଚାରି ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇଥିଲେ। କିନ୍ତୁ ତାଙ୍କୁ ଜଗମୋହନର ସ୍ଥିତିକୁ ଅନୁଧ୍ୟାନ କରିବାକୁ ଦିଆଯାଇ ନ ଥିଲା। ଏହାକୁ ନେଇ ହାଇକୋର୍ଟ ବାର ଆସୋସଏସନର ସଭାପତି ଡ. ଅଶୋକ କୁମାର ମହାପାତ୍ର ଓ ସଂପାଦକ ବିଜୟ କୁମାର ରଗଡ଼ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସଭାପତି ଡ. ଅଶୋକ କୁମାର ମହାପାତ୍ର କହିଛନ୍ତି,“ହାଇକୋର୍ଟ ବାର ଆସୋସିଏସନର ଟିମ୍ ଆସିଥିବା ଖବର ଦିଆଯାଇଥିଲେ ମଧ୍ୟ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ତରଫରୁ କୌଣସି ସହଯୋଗ ମିଳିଲାନାହିଁ କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଳା ନାହିଁ।”

ସଂପାଦକ ବିଜୟ କୁମାର ରଗଡ଼ କହିଛନ୍ତି,“ଜଗମୋହନର ପାଇଁ ନା ଶ୍ରୀମନ୍ଦିର ପ୍ରଶାସନ ନା ପ୍ରତ୍ନତତ୍ତ୍ୱ ବିଭାଗ କାହାର ନିଘା ନାହିଁ।”

ଅନ୍ୟପକ୍ଷରେ ଏହି ଘଟଣା ସର୍ମ୍ପକରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos