ଜଗମୋହନ ମରାମତି ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ଓ ସଂରକ୍ଷଣକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟା ସାତଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କର ନୀତି, ଦର୍ଶନ ଏବଂ ମହାପ୍ରସାଦ ସହ ସମ୍ପୃକ୍ତ ରହିଥିବା ୧୧ଟି ନିଯୋଗକୁ ଏହି ବୈଠକରେ ଯୋଗଦେବାପାଇଁ ଡକାଯାଇଛି।