ଜେଲ୍‌ ଜଗିବେ କିନ୍ନର

ଭୁବନେଶ୍ୱର: ଜେଲ ଜଗିବେ କିନ୍ନର। ମହିଳା ଓ ପୁରୁଷ ୱାର୍ଡରଙ୍କ ଭଳି କିନ୍ନରମାନଙ୍କୁ ମଧ୍ୟ ମିଳିବ ଜେଲ ୱାର୍ଡର ଭାବେ ନିଯୁକ୍ତି। ଆଜି ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଜେଲ ଆଇଜି ମନୋରଞ୍ଜନ ପଟ୍ଟନାୟକ। ତେବେ କିନ୍ନରଙ୍କୁ ଅନ୍ୟବର୍ଗର ପ୍ରାର୍ଥୀଙ୍କ ଭଳି ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ଶାରୀରିକ ସମାର୍ଥ୍ୟକୁ ନେଇ କିନ୍ନରଙ୍କୁ ମହିଳା ବର୍ଗରେ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଷ୍ଟାଫ୍‌ ସିଲେକ୍ସନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି […]

jail-jagi-be-kinnar

jail-jagi-be-kinnar

Rakesh Mallick
  • Published: Monday, 01 August 2016
  • Updated: 01 August 2016, 09:17 PM IST

Sports

Latest News

ଭୁବନେଶ୍ୱର: ଜେଲ ଜଗିବେ କିନ୍ନର। ମହିଳା ଓ ପୁରୁଷ ୱାର୍ଡରଙ୍କ ଭଳି କିନ୍ନରମାନଙ୍କୁ ମଧ୍ୟ ମିଳିବ ଜେଲ ୱାର୍ଡର ଭାବେ ନିଯୁକ୍ତି। ଆଜି ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଜେଲ ଆଇଜି ମନୋରଞ୍ଜନ ପଟ୍ଟନାୟକ।

ତେବେ କିନ୍ନରଙ୍କୁ ଅନ୍ୟବର୍ଗର ପ୍ରାର୍ଥୀଙ୍କ ଭଳି ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ଶାରୀରିକ ସମାର୍ଥ୍ୟକୁ ନେଇ କିନ୍ନରଙ୍କୁ ମହିଳା ବର୍ଗରେ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଷ୍ଟାଫ୍‌ ସିଲେକ୍ସନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ଜେଲ ଆଇଜି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏହି ପଦକ୍ଷେପ ନିଆଯାଇଛି।

ନିଖିଳ ଓଡ଼ିଶା ତୃତୀୟ ଲିଙ୍ଗି ସଂଘର ମୁଖ୍ୟ ମୀରା ପରିଡା କହିଛନ୍ତି,“ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ମୁଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ ଓ ଡିଆଇଜି ଅରୁଣ ରାୟଙ୍କୁ ସାଧୁବାଦ ଜଣାଉଛି। ନିକଟରେ ଏନେଇ ଏକ ମିଟିଂରେ ଆମେ ଯୋଗ ଦେଇ ଏକ ଦାବିପତ୍ର ଦେଇଥିଲୁ। ଅତି ସୁନ୍ଦର କଥା ଯେ, ଗୋଟିଏ ସପ୍ତାହ ମଧ୍ୟରେ ସରକାର ଏନେଇ ପଦକ୍ଷେପ ନେଇଛନ୍ତି। ଏହା ସାରା ଦେଶରେ ଏକ ରାଜ୍ୟ ସରକାରଙ୍କର ଏକ ଭଲ ପଦକ୍ଷେପ। ଏହା ଆଉ କେଉଁ ରାଜ୍ୟରେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos