ଜେଲରୁ ବାହାରିଲେ ପ୍ରଦୀପ ମାଝି, ୧୮ କଂଗ୍ରେସ କର୍ମୀ

ଉମରକୋଟ: ଗିରଫ ହୋଇ ୭ଦିନ ଜେଲରେ ରହିବା ପରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି ଆଜି ଉମରକୋଟ ଉପକାରାଗାରରୁ ମୁକୁଳିଛନ୍ତି। ପ୍ରଦୀପଙ୍କ ସହ ଗିରଫ ୧୮ ଜଣ କଂଗ୍ରେସ କର୍ମୀ ମଧ୍ୟ ଆଜି ଜେଲରୁ  ମୁକୁଳିଛନ୍ତି। ଜେଲରୁ ମୁକୁଳିବା ପରେ ପ୍ରଦୀପ କହିଛନ୍ତି, “ଆଦିବାସୀଙ୍କ ପାଇଁ ଏହି ଲଢ଼େଇ ଜାରି ରହିବ।” ଗତକାଲି ପ୍ରଦୀପଙ୍କ ସମେତ ୧୯ ଜଣ କଂଗ୍ରେସ କର୍ମୀଙ୍କୁ ଜାମିନ୍ ମିଳିଥିଲା। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବଣ୍ଡରେ ଉମରକୋଟ […]

jail

jail

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 09:24 PM IST

ଉମରକୋଟ: ଗିରଫ ହୋଇ ୭ଦିନ ଜେଲରେ ରହିବା ପରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି ଆଜି ଉମରକୋଟ ଉପକାରାଗାରରୁ ମୁକୁଳିଛନ୍ତି। ପ୍ରଦୀପଙ୍କ ସହ ଗିରଫ ୧୮ ଜଣ କଂଗ୍ରେସ କର୍ମୀ ମଧ୍ୟ ଆଜି ଜେଲରୁ  ମୁକୁଳିଛନ୍ତି।

ଜେଲରୁ ମୁକୁଳିବା ପରେ ପ୍ରଦୀପ କହିଛନ୍ତି, “ଆଦିବାସୀଙ୍କ ପାଇଁ ଏହି ଲଢ଼େଇ ଜାରି ରହିବ।”

ଗତକାଲି ପ୍ରଦୀପଙ୍କ ସମେତ ୧୯ ଜଣ କଂଗ୍ରେସ କର୍ମୀଙ୍କୁ ଜାମିନ୍ ମିଳିଥିଲା। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବଣ୍ଡରେ ଉମରକୋଟ ସ୍ଥିତ ଆସିଷ୍ଟାଣ୍ଟ୍‌ ସେସନ୍ସ ଜଜ୍‌ ଏହି ଜାମିନ୍‌ ପ୍ରଦାନ କରିଥିଲେ।

ଆଦିବାସୀଙ୍କୁ ଜଙ୍ଗଲ ଜମି ପ୍ରଦାନରେ ଅନିୟମିତା ଓ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫା ପ୍ରତ୍ୟାହାର ସହ ୬ ଦଫା ଦାବିରେ ଆଜି କଂଗ୍ରେସ ପକ୍ଷରୁ କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ସୁବର୍ଣ୍ଣପୁର, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ  ୧୨ ଘଣ୍ଟିଆ ବନ୍ଦ ପାଳନ  କରାଯାଉଛି।

ଗତ ୨୫ ତାରିଖରେ ଫରେଷ୍ଟ ରେଞ୍ଜ ଅଫିସ୍‌ରେ ପଶି ଭଙ୍ଗାରୁଜା  କରିବା ଓ ଜଙ୍ଗଲ ବିଭାଗ କର୍ମଚାରୀ ଓ ପୋଲିସ୍‌କୁ ଆକ୍ରମଣ ଅଭିଯୋଗରେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ୧୯ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା। ଏହାପରେ ସେ ଆଦିବାସୀଙ୍କୁ ଜଙ୍ଗଲ ଜମି ଓ ରାସନକାର୍ଡ ପ୍ରଦାନ ଦାବିରେ ଜେଲ୍‌ରେ ଅନଶନରେ ବସିଥିଲେ। ଗତକାଲି ତାଙ୍କର ୧୮ ଜଣ ସହଯୋଗୀ ଅନଶନରୁ ଓହରିଥିଲେ। ପ୍ରଦୀପ ମାଝିଙ୍କ ଗିରଫଦାରୀ ପ୍ରତିବାଦରେ ଗତ ୨୮ରେ କଂଗ୍ରେସ ପକ୍ଷରୁ କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ବନ୍ଦ ଡ଼ାକରା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos