ହାଏରେ ବାପା-ମା: ଦେଢ଼ ବର୍ଷର ଛୁଆକୁ ଡଷ୍ଟବିନ୍‌ରେ ଫିଙ୍ଗି ଦେଲେ, ଜୀବନ୍ତ ଉଦ୍ଧାର

ଯାଜପୁର: ଆଜି ପୁଣି ଶୈଶବ ଅଲୋଡ଼ା ହୋଇପଡ଼ିଛି। ପିଲା ଜନ୍ମ ପରେ ଡଷ୍ଟବିନ୍‌ରେ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ହୋଇଛି। ଜରି ଗୋଟାଳି ନବଜାତ ଶିଶୁଟିକୁ ଉଦ୍ଧାର କରିଥିଲେ। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କୋରାଇ ଥାନା ୨୧୫ ନମ୍ୱର ଜାତୀୟ ରାଜପଥର ଧନେଶ୍ୱର ବ୍ରିଜ୍‌ ତଳେ ଦେଖିବାକୁ ମିଳିଛି। ଗତକାଲି ରାତିରେ ନବଜାତ ଶିଶୁପତ୍ରଟିକୁ ଫିଙ୍ଗା ଦିଆ ଯାଇଥିବା ଅନୁମାନ କରାଯାଉଛି। ଜରି ଗୋଟାଳୀ ଗୀତା ଯାଜପୁର ରୋଡ୍‌ରୁ କୁରେଇ ଆସୁଥିବା ବେଳେ ଧନେଶ୍ୱର ବ୍ରିଜ୍‌ […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 05:12 PM IST

Sports

Latest News

ଯାଜପୁର: ଆଜି ପୁଣି ଶୈଶବ ଅଲୋଡ଼ା ହୋଇପଡ଼ିଛି। ପିଲା ଜନ୍ମ ପରେ ଡଷ୍ଟବିନ୍‌ରେ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ହୋଇଛି। ଜରି ଗୋଟାଳି ନବଜାତ ଶିଶୁଟିକୁ ଉଦ୍ଧାର କରିଥିଲେ। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କୋରାଇ ଥାନା ୨୧୫ ନମ୍ୱର ଜାତୀୟ ରାଜପଥର ଧନେଶ୍ୱର ବ୍ରିଜ୍‌ ତଳେ ଦେଖିବାକୁ ମିଳିଛି। ଗତକାଲି ରାତିରେ ନବଜାତ ଶିଶୁପତ୍ରଟିକୁ ଫିଙ୍ଗା ଦିଆ ଯାଇଥିବା ଅନୁମାନ କରାଯାଉଛି।

ଜରି ଗୋଟାଳୀ ଗୀତା ଯାଜପୁର ରୋଡ୍‌ରୁ କୁରେଇ ଆସୁଥିବା ବେଳେ ଧନେଶ୍ୱର ବ୍ରିଜ୍‌ ତଳେ ଡଷ୍ଟବିନ୍‌ରେ ନବଜାତ ଶିଶୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରେ କୁକୁର ବୁଲୁଥିଲେ ମଧ୍ୟ ଶିଶୁର କିଛି କ୍ଷତି କରିନଥିଲେ। ଗୀତା ସେଠାରେ କିଛି ସମୟ ଅପେକ୍ଷା କରି ଶିଶୁଟିକୁ ଆଣି ବଡ଼ପାଟୁଳି ଗାଁ ଲୋକଙ୍କୁ ଦେଇଥିଲେ। ଲିଗାଲ ଅଫିସର ତପନ ପଣ୍ଡା ଓ ତାଙ୍କ ଟିମ୍‌ ଗାଁ ଲୋକଙ୍କଠାରୁ ଶିଶୁପୁତ୍ରକୁ ଉଦ୍ଧାର କରି କୋରେଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପରେ ଏନେଇ କୋରେଇ ଥାନା ଓ ସିଡବ୍ଲ୍ୟୁସିରେ ଲିଖିତ ଅଭିଯୋଗ କରିଥିଲେ। ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos