ନିଆଁ ଲାଗି ଚାରି ବଖରା ଘର ଜଳିଗଲା, ଦୁଇ ଆହତ

ଯାଜପୁର: ଶୁକ୍ରବାର ରାତି ପ୍ରାୟ ୧୨ଟା ବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗି କୋରେଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର ଆମ୍ବୁଲପୁରା ଗାଁର ମାୟାଧର ମହାକୁଡ଼ଙ୍କ ଚାରି ବଖରା ଘର ପୋଡ଼ି ଯାଇଛି। ଏଥିରେ ତାଙ୍କର ୨ଟି ଗାଈ ମରିଯାଇଛନ୍ତି। ମାୟାଧର ଓ ତାଙ୍କ ଝିଅ ରଞ୍ଜିତା ଆହତ ହୋଇଛନ୍ତି। ମାୟାଧରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।  ରଞ୍ଜିତା ଯାଜପୁର ରୋଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଗ୍ନିକାଣ୍ଡ ବେଳେ […]

house

house

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 10:46 AM IST

Sports

Latest News

houseଯାଜପୁର: ଶୁକ୍ରବାର ରାତି ପ୍ରାୟ ୧୨ଟା ବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗି କୋରେଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର ଆମ୍ବୁଲପୁରା ଗାଁର ମାୟାଧର ମହାକୁଡ଼ଙ୍କ ଚାରି ବଖରା ଘର ପୋଡ଼ି ଯାଇଛି। ଏଥିରେ ତାଙ୍କର ୨ଟି ଗାଈ ମରିଯାଇଛନ୍ତି। ମାୟାଧର ଓ ତାଙ୍କ ଝିଅ ରଞ୍ଜିତା ଆହତ ହୋଇଛନ୍ତି। ମାୟାଧରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।  ରଞ୍ଜିତା ଯାଜପୁର ରୋଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଗ୍ନିକାଣ୍ଡ ବେଳେ ଯାଜପୁର ଦମକଳ ସହ ଯୋଗାଯୋଗ କରାଯାଇଥିଲା। ତେବେ ସେଠାରେ କେହି ଫୋନ୍ ରିସିଭ୍ କରି ନ ଥିଲେ ବୋଲି ଅଭିଯୋଗ ହୋଇଛି। ଘଷିପୁରାରୁ ଦମକଳ ବାହିନୀ ଆସି ପହଞ୍ଚିବା ପରେ ଯାଜପୁରରୁ ଦମକଳ ବାହିନୀ ଆସି ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos