ଯାଜପୁର: କ୍ରେନ ଧକ୍କାରେ ୨ ମୃତ, ଜଣେ ଆହତ

ଯାଜପୁର: ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ବାଲିଚନ୍ଦ୍ରପୁର ଛକରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜେଜେମା’ ଓ ନାତିର ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇଛନ୍ତି।  ସେମାନେ ହେଲେ କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋକୁଳପୁର ଗ୍ରାମର ରଶ୍ମିତା ନାଥ (୫୫) ଓ ତାଙ୍କ ନାତି ପ୍ରିତିଶ୍ରୀ (୧୩)।

ଜଣେ  ସଂପର୍କୀୟ(ଆହତ ବ୍ୟକ୍ତି)ଙ୍କ ସହ ଏକ ବାଇକରେ ପାରାଦୀପରୁ ନିଜ ଘର ଅଭିମୁଖେ ଫେରୁଥିବା ସମୟରେ ବାଲିଚନ୍ଦ୍ରପୁର ଛକ ନିକଟରେ ଏକ କ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ରଶ୍ମିତା ଓ ପ୍ରତିଶ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସଂପର୍କୀୟ ଜଣକ ଆହତ ହୋଇଛନ୍ତି।  ବାଲିଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା କ୍ରେନକୁ ଜବତ କରି ତଦନ୍ତ ଚଳାଇଛି।