ପୋଷ୍ଟର ଚିରାକୁ ନେଇ ଗଣ୍ଡଗୋଳ, ୨ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତରଂଜିଆ ଗାଁରେ ପ୍ରାକ ନିର୍ବାଚନୀ ହିଂସା ଦେଖାଦେଇଛି। ପୋଷ୍ଟର ଚିରାକୁ କେନ୍ଦ୍ର କରି ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ମହେଶ୍ୱର ନାୟକ ଓ ଗଣେଶ୍ୱର ନାୟକ ଆହତ ହୋଇଥିଲେ। ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଗଣେଶ୍ୱରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।