ଯାଜପୁର ରଗଡ଼ିସାହିରେ ଅଗ୍ନିକାଣ୍ଡ, ୨୦ ବଖରା  ଜଳିଗଲା

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଲମ୍ବୋ ପଞ୍ଚାୟତର ରଗଡ଼ିସାହିରେ ଆଜି ଅଗ୍ନିକାଣ୍ଡ ଘଟି ୨୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଅନେକ ଧାନଗଦା ମଧ୍ୟ ପୋଡ଼ି ଯାଇଛି। ଟାଟା ମାଇନ୍ସର ଦମକଳ ଓ ଅଗ୍ନିଶମ ଅଧିକାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନି ବିପନ୍ନମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ସୁକିନ୍ଦା ବିଡିଓ କହିଛନ୍ତି।