ଯାଜପୁର: ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବେତନା ଗ୍ରାମ ନିକଟରେ ଆଜି  ଏକ ଟ୍ରାକ୍ଟର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ଉତରକୂଳ ପଞ୍ଚାୟତ ବାରକୋଟି ଗାଁର ପ୍ରମୋଦ ସାହୁଙ୍କ ଝିଅ ମୀନାକ୍ଷୀ (୧୬)। ମିନାକ୍ଷୀ ଆଜି ସକାଳେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ନିକଟସ୍ଥ ଯୁଣଭଦ୍ରା କଲେଜକୁ ସାଇକେଲ ଯୋଗେ ଯାଉଥିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ […]

accident

accident

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 11:24 AM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବେତନା ଗ୍ରାମ ନିକଟରେ ଆଜି  ଏକ ଟ୍ରାକ୍ଟର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ଉତରକୂଳ ପଞ୍ଚାୟତ ବାରକୋଟି ଗାଁର ପ୍ରମୋଦ ସାହୁଙ୍କ ଝିଅ ମୀନାକ୍ଷୀ (୧୬)।

ମିନାକ୍ଷୀ ଆଜି ସକାଳେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ନିକଟସ୍ଥ ଯୁଣଭଦ୍ରା କଲେଜକୁ ସାଇକେଲ ଯୋଗେ ଯାଉଥିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସ୍ଥାନୀୟ ଲୋକ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ପ୍ରୀତିପୁର-ବିଂଝାରପୁର ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ବିଂଝାରପୁର ପୋଲିସ୍, ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକ ପରିବାରର ଜଣକୁ ଚାକିରି ଓ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ପ୍ରତିଶୃତି ଦେବା ଯାଏଁ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ସ୍ଥାନୀୟ ଲୋକେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos