ଡ୍ରାଇଭିଂ ଶିଖୁଥିବା ବେଳେ ଅଘଟଣ, ଘର ଉପରେ ଚଢ଼ିଗଲା ଟ୍ରକ୍‌; ୨ ଶିଶୁ ମୃତ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖରଡ଼ି ପଞ୍ଚାୟତ ଦୋହରା ସାହିରେ ଏକ  ଅଭାବନୀୟ ଘଟଣା ଘଟିଛି।  ଜଣେ ବ୍ୟକ୍ତି ଟ୍ରକ୍ ଡ୍ରାଇଭିଂ ଶିଖୁଥିବା ବେଳେ ଘଟିଛି ଏହି ଅଘଟଣ। ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରେ ସେ ଟ୍ରକ୍ ଚଢ଼ାଇ ଦେଇଥିଲେ। ଫଳରେ ଦୁଇଟି ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନନ୍ଦିନି ମୁଣ୍ଡା (୫) ଓ ଜିତେନ୍ ହେସା (୪)। ନନ୍ଦିନିଙ୍କ ବାପାଙ୍କ ନାଁ ବାବୁଲି ମୁଣ୍ଡା। ସେହିପରି ଜିତେନଙ୍କ ବାପାଙ୍କ […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 07:33 PM IST

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖରଡ଼ି ପଞ୍ଚାୟତ ଦୋହରା ସାହିରେ ଏକ  ଅଭାବନୀୟ ଘଟଣା ଘଟିଛି।  ଜଣେ ବ୍ୟକ୍ତି ଟ୍ରକ୍ ଡ୍ରାଇଭିଂ ଶିଖୁଥିବା ବେଳେ ଘଟିଛି ଏହି ଅଘଟଣ। ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରେ ସେ ଟ୍ରକ୍ ଚଢ଼ାଇ ଦେଇଥିଲେ। ଫଳରେ ଦୁଇଟି ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନନ୍ଦିନି ମୁଣ୍ଡା (୫) ଓ ଜିତେନ୍ ହେସା (୪)। ନନ୍ଦିନିଙ୍କ ବାପାଙ୍କ ନାଁ ବାବୁଲି ମୁଣ୍ଡା। ସେହିପରି ଜିତେନଙ୍କ ବାପାଙ୍କ ନାଁ ରବି ହେସା।

ଏଥିରେ ଦୁଇ ଜଣ ଶିଶୁ ଆହତ ମଧ୍ୟ ହୋଇଛନ୍ତି। ସେମାନେ ହେଉଛନ୍ତି ଟୁରକି ମୁଣ୍ଡା (୫) ଓ  ପ୍ରଧାନ ମୁଣ୍ଡା (୬)।

ପୋଲିସ୍ ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos