ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ପୁଣି ଅନାସ୍ଥା ପ୍ରସ୍ତାବ

ଯାଜପୁର: ବ୍ୟାସନଗର ମ୍ୟୁନିସପାଲିଟି ପୌରାଧ୍ୟକ୍ଷାଙ୍କ ବିରୋଧରେ ପୁଣି ଆସିଛି ଅନାସ୍ଥା ପ୍ରସ୍ତାବ। ଦ୍ୱିତୀୟ ଥର ପାଇଁ ଆସିଥିବା ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୧୩ କାଉନସିଲର।

୩ ମାସ ତଳେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ଏହା କାଟ୍‌ ଖାଇଯାଇଥିଲା। ତେବେ ଦଳୀୟ ବିଶୃଙ୍ଖଳା ଯୋଗୁଁ ଗତ ସପ୍ତାହରେ ପୌରାଧ୍ୟକ୍ଷାଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଦଳୀୟ କାଉନସିଲରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି।