ଆଖି ପିଛୁଳାକେ ଝାମ୍ପି ନେଲେ ୮ଲକ୍ଷ

ଯାଜପୁର (ଓଡ଼ିଶା ରିପୋର୍ଟର): କ୍ଷଣିକ ଭିତରେ ଝାମ୍ପିନେଲେ ୮ ଲକ୍ଷ ଟଙ୍କା। ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବଳରାମ ପୁର (କନ୍ତପଡା) ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ୮ଲକ୍ଷ ଟଙ୍କା। ଚାରି ଦିନ ଧରି ବ୍ୟାଙ୍କ ବନ୍ଦ ରହିଥିବାରୁ ପେଟ୍ରୋଲ ପମ୍ପ ଟଙ୍କା ଜମା ହୋଇ ନଥିଲା।

ଆଜି ଏହି ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ସକାଳ ୧୧ଟା ୩୦ ସମୟରେ ନିଜ ହିରୋ ଗ୍ଲାମର ବାଇକ ଯୋଗେ କବାଟବନ୍ଧ ଷ୍ଟେଟବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ। ଏହି ସମୟରେ ବାରକଣା ଖେଳ ପଡ଼ିଆ ନିକଟରେ ୩ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ଏକ ଆପାଚି ବାଇକରେ ଆସି ତାଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଓ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ।

ପରେ ବାଇକ ଡିକି ଖୋଲି ଟଙ୍କା ବ୍ୟାଗ ଧରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। କର୍ମଚାରୀଙ୍କ ଠାରୁ ପେଟ୍ରୋଲ ପମ୍ପ ମାଲିକ ଘଟଣା ସମ୍ପର୍କରେ ଜାଣିବା ପରେ ଜେନାପୁର ପୁଲିସକୁ ଫୋନ କରି ଜଣାଇଥିଲେ। ଖବର ପାଇ ଜେନାପୁର ପୁଲିସ ଘଟଣା ସ୍ଥଳରେ ପହଂଚି ଥିଲା। ଏହା ସହିତ ପୁଲିସ୍ ଘଟଣାର ଖୋଳତାଡ଼ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।