ଜେଲ ସଂସ୍କାର ପାଇଁ ରାଷ୍ଟ୍ରପତି ମେଡାଲ ପାଇବେ ୫ ଓଡ଼ିଆ

ଭୁବନେଶ୍ୱର: ଜେଲ ସଂସ୍କାର ପାଇଁ ଆଜି ରାଷ୍ଟ୍ରପତି ମେଡାଲ ଘୋଷଣା  କରାଯାଇଛି। ଓଡ଼ିଶାରୁ ୫ ଜଣଙ୍କୁ ଏହି ମେଡାଲ ପାଇବାକୁ ମନୋନୀତ ହୋଇଛନ୍ତି। ଜେଲ ସଂସ୍କାର କ୍ଷେତ୍ରରେ ଉତ୍ତମ ସେବା ପାଇଁ ଜଗତସିଂହପୁର ଆସିଷ୍ଟାଣ୍ଟ ଜେଲର ରବୀନ୍ଦ୍ରନାଥ ବାରିକ ଏହି ମେଡାଲ ପାଇବେ। ସେହିପରି ରାଷ୍ଟ୍ରପତି ମେଡାଲ ପାଇବାକୁ ଥିବା ଅନ୍ୟ ୪ ଅଧିକାରୀ ହେଲେ ଢ଼େଙ୍କାନାଳ ପ୍ରୋବେସନ ଅଫିସର ସୁବାସ ଚନ୍ଦ୍ର ପ୍ରଧାନ, ବଡ଼ବିଲ ସବଜେଲ୍  ଆସିଷ୍ଟାଣ୍ଟ ଜେଲର ସୁରେନ୍ଦ୍ର ବାରିକ, ଟିଟିଲାଗଡ଼ ସବଜେଲର ସୁପରିନଟେଣ୍ଡେଣ୍ଟ୍ ଶୁଭକାନ୍ତ ମିଶ୍ର ଓ ଢ଼େଙ୍କାନାଳ ଜିଲ୍ଲା ଜେଲ ଜେଲର ସତ୍ୟପ୍ରକାଶ ସ୍ୱାଇଁ।

ସେହିପରି ଆଜି ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୋଲିସ ମେଡାଲ ମଧ୍ୟ ଘୋଷଣା କରାଯାଇଛି। ଓଡ଼ିଶାରୁ ୨ ଜଣ ପୋଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ ଓ ଆଇଜି ଦେବାଶିଷ ପାଣିଗ୍ରାହୀ।