ଜମି ଠକେଇ ମାମଲାରେ ଦିଲ୍ଲୀରୁ ପୂର୍ବତନ ସେନା ଅଧିକାରୀ ରାକେଶ ରାଣା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଜମି ଠକେଇରେ ସମ୍ପୃକ୍ତ ପୂର୍ବତନ ସେନା ଅଧିକାରୀ କର୍ଣ୍ଣେଲ ରାକେଶ ରାଣାଙ୍କୁ (ଅର୍ଥନୈତିକ ଅପରାଧ ଶାଖା) ଇଓଡବ୍ଲ୍ୟୁ ଦିଲ୍ଲୀରୁ ଗିରଫ କରିଛି। ଚନ୍ଦକା ଅଞ୍ଚଳରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଜମି ଯୋଗାଇବା ପାଇଁ ଏହି ଠକେଇ କରାଯାଇଥିଲା। ରାକେଶ ଜମି ଯୋଗାଇବାକୁ ୩୦ କୋଟି ଟଙ୍କା ଠକି ନେଇଛନ୍ତି। ୧୦୦୦ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ସେନା କର୍ମଚାରୀ ଏହି ଠକେଇର ଶିକାର ହୋଇଛନ୍ତି।

କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା କହିଛନ୍ତି, ସରକାର ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ଜମି ଯୋଗାଇ ଦେଇଥାନ୍ତି। ଏଥିପାଇଁ ଚନ୍ଦକା ଅଞ୍ଚଳରେ ଜମି ଚିହ୍ନଟ ହୋଇଥିଲା। ତେବେ ରାକେଶ କିଛି ଲୋକଙ୍କ ସହ ମିଶି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନାମରେ ଜାଲ କାଗଜପତ୍ର କରି ଟଙ୍କା ହଡ଼ପ କରିଥିଲେ। ଦିଲ୍ଲୀର ଏକ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ଟ୍ରାନଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ପୂର୍ବରୁ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା

ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି

ସିଲ୍‌ଭର ସିଟିରେ ପୁଣି ଥରେ ସକ୍ରିୟ ହେଉଛି କି ଡି-ବ୍ରଦର୍ସ ଗ୍ୟାଙ୍ଗ?

୪ ଜିଲ୍ଲା ଓ ରାଉରକେଲା ସହରରେ ଶଟ୍‌ଡାଉନ୍‌ କିଛି ଘଣ୍ଟା କୋହଳ

କିଏ ହେବ ଜଗନ୍ନାଥଙ୍କୁ ସାହା ?