ଜନଧନ ଆକାଉଣ୍ଟରେ ବିଜେଡି କଳାଟଙ୍କାକୁ ଧଳା କରିଛି: କଂଗ୍ରେସ

ଭୁବନେଶ୍ୱର: ଅଢେଇ ମାସରେ ଓଡ଼ିଶାରେ ଜନଧନ ଆକାଉଣ୍ଟରେ ୭୧୪ କୋଟି ଟଙ୍କା ଜମା ହେବା ଖବର ଆସିବା ପରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ଜନଧନ ଆକାଉଣ୍ଟ ଜରିଆରେ ବିଜେଡି କଳାଧନକୁ ଧଳା କରିଥିବା ଦଳ ଅଭିଯୋଗ କରିଛି। ବିମୁଦ୍ରାକରଣ ପରେ କଳାଟଙ୍କାକୁ ଧଳା କରିବାକୁ ବିଜେଡି ଏହି ଆକାଉଣ୍ଟର ସାହାରା ନେଇଥିବା କଂଗ୍ରେସ ଅଭିଯୋଗ କରିଛି। ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି,“ଧନଜନ ଆକାଉଣ୍ଟକୁ ରାଜ୍ୟ ସରକାର, ସରାକରୀ କର୍ମଚାରୀ ଓ ବିଜେଡି ଦଳର […]

congress

congress

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 08:42 PM IST

Sports

Latest News

ଭୁବନେଶ୍ୱର: ଅଢେଇ ମାସରେ ଓଡ଼ିଶାରେ ଜନଧନ ଆକାଉଣ୍ଟରେ ୭୧୪ କୋଟି ଟଙ୍କା ଜମା ହେବା ଖବର ଆସିବା ପରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ଜନଧନ ଆକାଉଣ୍ଟ ଜରିଆରେ ବିଜେଡି କଳାଧନକୁ ଧଳା କରିଥିବା ଦଳ ଅଭିଯୋଗ କରିଛି।

ବିମୁଦ୍ରାକରଣ ପରେ କଳାଟଙ୍କାକୁ ଧଳା କରିବାକୁ ବିଜେଡି ଏହି ଆକାଉଣ୍ଟର ସାହାରା ନେଇଥିବା କଂଗ୍ରେସ ଅଭିଯୋଗ କରିଛି। ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି,“ଧନଜନ ଆକାଉଣ୍ଟକୁ ରାଜ୍ୟ ସରକାର, ସରାକରୀ କର୍ମଚାରୀ ଓ ବିଜେଡି ଦଳର କର୍ମୀମାନେ ନିୟନ୍ତ୍ରଣ କରୁଛନ୍ତି। ଏ ଟଙ୍କା କାହାର ଜଣାପଡିଯାଉଛି, ଏଥିରେ କିଛି ସନ୍ଦେହ କରିବାର ନାହିଁ। ସନ୍ଦେହ ନିଶ୍ଚିତ ଭାବେ ବିଜେଡି ଆଡକୁ ଯିବ। କଳାଧନ ବାହାର କରିବା ପାଇଁ ସ୍କ୍ୱାର୍ଡ କରାଯାଇଛି। ଉକ୍ତ ସ୍କ୍ୱାର୍ଡ ଏ ଟଙ୍କା କାହାର ବାହାର କରିବା ଦରବାର।”

ଅଢେଇ ମାସରେ ଜନଧନ ଆକାଉଣ୍ଟରେ ବିପୁଳ ପରିମାଣରେ ଟଙ୍କା ଜମା ହେବା ବିଜେପିକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ଏହାର ତଦନ୍ତ ଆରମ୍ଭ ହୋଇଛି। ଏହି ଟଙ୍କା କାହାର ଆଗାମୀ ଦିନରେ ସରକାର ନିଶ୍ଚିତ ଭାବେ ଲୋକଙ୍କ ଆଗରେ ଉପସ୍ଥାପନ କରିବେ।”

ତେବେ ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଏଥିରେ ବିଜେଡିକୁ କାହିଁକି ଯୋଡା ଯାଇ ରାଜନୀତିକରଣ କରାଯାଉଛି। କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଏପରି ଘଟିଛି। ବିମୁଦ୍ରାକରଣ ପ୍ରସଙ୍ଗକୁ ବିଜେଡି ସମର୍ଥନ କରିଛି। କଳାଧାନ ରୋକିବାକୁ ଯେତେ ଅଭିଯାନ ହୋଇଛି ତାକୁ ଆମେ ସମର୍ଥନ କରିଆସିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos