ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୁବନେଶ୍ୱର-ମୁମ୍ୱାଇ ଏୟାର ଇଣ୍ଡିଆ ବିମାନ ବାତିଲ

ଭୁବନେଶ୍ୱର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଜି ଭୁବନେଶ୍ୱର-ମୁମ୍ୱାଇ ଏୟାର ଇଣ୍ଡିଆ ବିମାନ  ବାତିଲ ହୋଇଯାଇଛି। ଦିନ ୧ଟା ୦୫ମିନିଟରେ  ବିମାନଟି ଭୁବନେଶ୍ୱର ଛାଡିବାର ଥିଲା। ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ରନୱେରୁ  ଫେରିଆସିଥିବା ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୧୧୧ଯାତ୍ରୀଙ୍କୁ ନେଇ ବିମାନଟି ମୁମ୍ୱାଇ ଅଭିମୁଖେ ବାହାରିଥିଲା।