ଦୁଇବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ଦୁଇବର୍ଷ ପରେ ପୁଣି ଥରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥର ପ୍ରଜ୍ଞାପନ ମେଢ଼ରେ ସାଧବ ପୁଅର ନୌବାଣିଜ୍ୟ ଯାତ୍ରା ପ୍ରଦର୍ଶିତ ହେବ। ଆଉ ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରଜ୍ଞାପନ ମେଢ଼ଟିକୁ ୧୮ ଜଣ ଶିଳ୍ପୀ ତିଆରି କରିଛନ୍ତି। ଦୁଇ ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ଓଡିଶା ତା’ର ପ୍ରଜ୍ଞାପନ ମେଢ଼କୁ ପ୍ରଦର୍ଶିତ କରୁଥିବାରୁ ଆୟୋଜକମାନେ ବେଶ୍ ଖୁସି ଅଛନ୍ତି। ଓଡ଼ିଶା ‌ଏଥର ପୁରସ୍କାର ପାଇବା ନେଇ ଆୟୋଜକ ଆଶା ରଖିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କା ବ୍ୟୟରେ ଚଳିତ ବର୍ଷ ଏହି ପ୍ରଜ୍ଞାପନ ମେଢ଼ ନିର୍ମାଣ କରାଯାଇଛି ।