ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପରେଡ୍‌ରେ ସ୍ଥାନ ପାଇବ ଓଡ଼ିଶାର ଦୋଳ ବିମାନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ଚଳିତବର୍ଷ ବର୍ଷ ଓଡ଼ିଶାରେ ପାଳନ ହେଉଥିବା ଦୋଳ ପର୍ବକୁ ନେଇ ମେଢ ପ୍ରସ୍ତୁତ ହୋଇଛି। ଏହାର ଫଟୋ ମଧ୍ୟ ଜାରି କରାଯାଇଛି।

ଫେବୃଆରୀ ଓ ମାର୍ଚ୍ଚ ମାସରେ ହେଉଥିବା ଦୋଳ ପର୍ବକୁ ରାଜ୍ୟବାସୀ ଧୂମଧାମରେ ପାଳନ କରିଥାନ୍ତି। ୬ ଦିନ ଧରି ହେଉଥିବା ଏହି ପର୍ବରେ  ରାଧାକୃଷ୍ଣଙ୍କ ଆରାଧନା କରାଯାଇଥାଏ। ଏହି ସମୟରେ ବିଭିନ୍ନ ଗାଁରେ ଦୋଳ ପର୍ବକୁ ପାଳନ କରାଯାଏ। ଲୋକମାନେ ଠାକୁରମାନଙ୍କୁ ବିମାନରେ ବସାଇ ଗାଁ ପରିକ୍ରମା ସହ ଅବୀର ଖେଳିଥାନ୍ତି।

ପରେଡ୍‌ ପାଇଁ ପ୍ରସ୍ତୁତ ପ୍ରଜ୍ଞାପନ ମେଢର ସାମ୍ନା ଭାଗରେ ଭଗବାନ ଶ୍ରୀକୃଷ୍ଣ ପୂଜା ପାଉଥିବାର ଦୃଶ୍ୟ ରହିବ। ପଛରେ ଲୋକେ ବିମାନ ଧରି ଶୋଭାଯାତ୍ରା କରିବା ଦୃଶ୍ୟ ରହିବ। ଏଥିସହ ଦୋଳ ପର୍ବର ଦୃଶ୍ୟକୁ ଜୀବନ୍ତ କରିବା ଲାଗି ପ୍ରଜ୍ଞାପନ ମେଢର ଉଭୟ ପାଖରେ ଲୋକମାନେ ଘଣ୍ଟ ଓ ମୃଦଙ୍ଗ ସହ ଯିବେ।