ଝାଡ଼ଖଣ୍ଡରୁ ମିଳିଥିବା ଦେହାବଶେଷ ଓମ୍ ଓ ଦୀପୁର: ଡିଏନଏ ରିପୋର୍ଟ

କଟକ: ଓମ୍ ଓ ଦିପୁ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି। ଝାଡ଼ଖଣ୍ଡର ସିଂଘଭୂମି ଅଞ୍ଚଳରୁ ଜବତ ଦେହାବଶେଷ ଓମ୍ ଓ ଦୀପୁର ବୋଲି ପ୍ରମାଣିତ ହୋଇଛି। ରାଜ୍ୟ ବାହାରେ ହୋଇଥିବା ଡିଏନଏ ଟେଷ୍ଟ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଓମ୍ ଓ ଦୀପୁ ହତ୍ୟାକାଣ୍ଡରେ ଧଳସାମନ୍ତ ବ୍ରଦର୍ସଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି। ଉଭୟଙ୍କ ଗିରଫଦାରି ପରେ ସେ ଦୁଇ ଜଣ ଏହି ହତ୍ୟାକାଣ୍ଡରେ  ସଂପୃକ୍ତ ଥିବା କମିଶନରେଟ୍ ପୋଲିସ୍ କହିଥିଲା। […]

deepu-om

deepu-om

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 03:25 AM IST

Sports

Latest News

କଟକ: ଓମ୍ ଓ ଦିପୁ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି। ଝାଡ଼ଖଣ୍ଡର ସିଂଘଭୂମି ଅଞ୍ଚଳରୁ ଜବତ ଦେହାବଶେଷ ଓମ୍ ଓ ଦୀପୁର ବୋଲି ପ୍ରମାଣିତ ହୋଇଛି। ରାଜ୍ୟ ବାହାରେ ହୋଇଥିବା ଡିଏନଏ ଟେଷ୍ଟ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଓମ୍ ଓ ଦୀପୁ ହତ୍ୟାକାଣ୍ଡରେ ଧଳସାମନ୍ତ ବ୍ରଦର୍ସଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି। ଉଭୟଙ୍କ ଗିରଫଦାରି ପରେ ସେ ଦୁଇ ଜଣ ଏହି ହତ୍ୟାକାଣ୍ଡରେ  ସଂପୃକ୍ତ ଥିବା କମିଶନରେଟ୍ ପୋଲିସ୍ କହିଥିଲା। ଉଭୟଙ୍କୁ ୨୦୧୩ରେ କଟକରୁ ଅପହରଣ କରାଯାଇ ଆଠଗଡ଼ ଖୁଣ୍ଟକଟାଠାରେ ଥିବା ଏକ ଫାର୍ମହାଉସରେ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ଉଭୟଙ୍କ ଶବକୁ ଝାରଖଣ୍ଡର ସିଂହଭୂମି ନିଆଯାଇ ସେଠାରେ ପୋଡ଼ି ଦିଆଯାଇଥିଲା। କମିଶନରେଟ୍ ପୋଲିସ୍ ସେଠାକୁ ଯାଇ ଦୀପୁ ଓ ଓମର ଦେହାବଶେଷ ଜବତ କରିଥିଲା। ତେବେ ଏହା ଦୀପୁ ଓ ଓମର କି ନାଁ ପ୍ରମାଣ କରିବା ଲାଗି ଡିଏନଏ ପରୀକ୍ଷା ଲାଗି ଭୁବନେଶ୍ୱରରେ ଥିବା ଫରେନସିକ୍ ସାଇନ୍ସ ଲାବ୍ରୋଟାରୀକୁ ପଠାଯାଇଥିଲା। ଉଭୟ  ପରିବାର ଲୋକଙ୍କ ରକ୍ତ ନମୂନା ମଧ୍ୟ ସଂଗ୍ରହ କରାଯାଇ ଫରେନସିକ୍ ଲାବକୁ ପଠାଯାଇଥିଲା। ତେବେ ସେଠାରେ ହୋଇଥିବା ପରୀକ୍ଷାରୁ ଉଭୟଙ୍କ ଡିଏନଏ ସେମାନଙ୍କ ପରିବାର ଲୋକଙ୍କ ସହ ମ୍ୟାଚ୍ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos