ଲଖନପୁର: ଓପିଜିସି ଅନୁଧ୍ୟାନକାରୀଙ୍କ ଗାଡ଼ି ପୋଡ଼ି ଘଟଣାରେ ୮ ଗିରଫ ପ୍ରତିବାଦରେ ବନହରପାଲି ଥାନା ଘେରାଉ

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତିଲିଆ ଗାଁରେ ପୋଡ଼ାଜଳା ଘଟଣାରେ ୮ଜଣଙ୍କୁ ଗିରଫ ପ୍ରତିବାଦରେ ସ୍ଥାନୀୟ ଲୋକେ ଆଜି ବନହରପାଲି ଥାନା ଘେରାଉ କରିଛନ୍ତି। ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ ପୋଲିସ ମୁତୟନ ହୋଇଛନ୍ତି। ତଲିଆ ଗାଁ ପୋଡ଼ାଜଳା ଘଟଣାରେ ପୋଲିସ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଗତକାଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ନିର୍ଦ୍ଦେଶକ ଭି.ପି ଉପାଧ୍ୟାୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସେଠାକୁ ଆସପଣ୍ଡ ସ୍ଥାନ […]

gerau

gerau

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 08:44 AM IST

Sports

Latest News

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତିଲିଆ ଗାଁରେ ପୋଡ଼ାଜଳା ଘଟଣାରେ ୮ଜଣଙ୍କୁ ଗିରଫ ପ୍ରତିବାଦରେ ସ୍ଥାନୀୟ ଲୋକେ ଆଜି ବନହରପାଲି ଥାନା ଘେରାଉ କରିଛନ୍ତି। ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ ପୋଲିସ ମୁତୟନ ହୋଇଛନ୍ତି। ତଲିଆ ଗାଁ ପୋଡ଼ାଜଳା ଘଟଣାରେ ପୋଲିସ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା।

ଗତକାଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ନିର୍ଦ୍ଦେଶକ ଭି.ପି ଉପାଧ୍ୟାୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସେଠାକୁ ଆସପଣ୍ଡ ସ୍ଥାନ ନିରୀକ୍ଷଣ ପାଇଁ ସେଠାକୁ ଯାଇଥିଲେ। ଗାଁ ଲୋକେ ସେମାନଙ୍କୁ ଘେରାଉ କରିବା ସହ ଗାଡିରୁ ଓହ୍ଲାଇଦେଇ ଦୀର୍ଘ ସମୟ ଅଟକ ରଖି ମାରପିଟ୍ କରିଥିବା ଅଭିଯୋଗ ହୋଇଥିଲା। ପରେ ଉତ୍ୟକ୍ତ ଲୋକେ ଅଧିକାରୀମାନେ ଯାଇଥିବା ବଲେରୋ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ତେବେ ବନହରପାଲି ପୋଲିସ ପହଞ୍ଚି ଅଧିକାରୀମାନଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଓପିଜିସି ଲାଗି ଆସପଣ୍ଡ ନିର୍ମାଣ କରାଯିବାକୁ ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos