ଜଟଣୀ ନାବାଳିକା ଦୁଷ୍କର୍ମ ଘଟଣା: ଆସନ୍ତାକାଲିଠାରୁ ବିଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ଜଟଣୀ ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଆସନ୍ତାକାଲିଠାରୁ ବିଜେପି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଆଜି ଏ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।

ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି। ଇତିଶ୍ରୀ ହେଉକି ବେବିନା- ପ୍ରତିଦିନ ହାରାହାରି ୩ ଜଣ ଭଉଣୀଙ୍କୁ ଆକ୍ରମଣ ଓ ଧର୍ଷଣ ଚାଲିଛି। ଏଭଳି ନିନ୍ଦନୀୟ ଘଟଣା ଆଗାମୀ ଦିନରେ ଯେପରି ନ ଘଟୁ  ସେଥିପାଇଁ ଭାରତୀୟ ଜନତା ପାର୍ଟି ଦାବି କରୁଛି।

ସେ କହିଛନ୍ତି, ଜଟଣୀ ନାବାଳିକା ଦୁଷ୍କର୍ମ ଘଟଣାର ପ୍ରତିବାଦରେ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପର୍ଯ୍ୟାୟକ୍ରମେ ଦଳୀୟ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ କରିବାକୁ କୁହାଯାଇଛି। ତେବେ ଆସନ୍ତାକାଲିଠାରୁ ଏହା ଆରମ୍ଭ ହୋଇଯିବ। କର୍ମୀମାନେ ବିକ୍ଷୋଭ କରିବେ କି ଧାରଣା ଦେବେ, ତାହା ସେମାନେ ନିଷ୍ପତ୍ତି କରିବେ।

ଜଟଣୀ ନାବାଳିକା ଦୁର୍ଷ୍କମ ଘଟଣାର ଅଭିଯୁକ୍ତକୁ ଫାଶି ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ବସନ୍ତ ପଣ୍ଡା। ଏହା ସହିତ ପୀଡ଼ିତାଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କରି ସେ କହିଥିଲେ ଯେ ମହିଳାଙ୍କ ପ୍ରତି ହେଉଥିବା ଏହି ଅପରାଧକୁ କେମିତି ରୋକା ଯାଇପାରିବ ସେ ଦିଗରେ ପଦକ୍ଷେପ ନିଅନ୍ତୁ।

ଆହୁରି ପଢ଼ନ୍ତୁ

୫୦ % କର୍ମଚାରୀରେ କାମ କରିବେ ବ୍ୟାଙ୍କ, ବୀମା ଓ ଅର୍ଥଲଗାଣ ସଂସ୍ଥା

ବାଇକ୍‌ ଆରୋହୀ ଉପରେ ଚଢ଼ିଗଲା ଟ୍ରକ୍‌, ମୃତ୍ୟୁର ଫାଶରେ ଫସିଗଲେ ଡ୍ରାଇଭର

ଏମିତି ବି ଆସେ ମୃତ୍ୟୁ! ସୁଦ୍ଧିକ୍ରିୟାରୁ ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ

ମନ୍ଦିର ନଖୋଲିଲେ ଟଙ୍କା ଦିଅ, ମାସିକ ପନ୍ଦର ହଜାର ଦାବି  

ରେଷ୍ଟୁରାଣ୍ଟ ଖୋଲିବ, କେବଳ ହୋମ୍‌ ଡେଲିଭରି

ସାଂଘାତିକ୍‌ ଅଭିଯୋଗ: ଏମକେସିଜିରେ ମିଳୁନି ଅମ୍ଲଜାନ, ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ

ଗ୍ରୀଡ୍‌ ଷ୍ଟେସନରେ ଅଗ୍ନିକାଣ୍ଡ

ଭୟାନକ ହେଲାଣି ଗଞ୍ଜାମରେ କରୋନା ପରିସ୍ଥିତି: ନିରଞ୍ଜନ

କଟକଣାକୁ ଫୁ’: ବଙ୍ଗଳା ମରାମତିରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖଇରାତ

ଆଉ ଖେଳିବେନି ରକ୍ତର ହୋଲି, ରକ୍ଷା ବନ୍ଧନରେ ଭଉଣୀକୁ କଥା ଦେଲେ ଭାଇ

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ରିଲିଜ୍‌ ହେଲା ‘ରାକ୍ଷୀ’