ବେଆଇନ ପଥର ଖଣିରେ ଚଢ଼ାଉ ବେଳେ ଜଟଣୀ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ରଥୀପୁର ଗାଁରେ ବେଆଇନ ଭାବେ ଚାଲିଥିବା ପଥର ଖଣିରେ ଜଟଣୀ ତହସିଲଦାର ବିଜୟ କୁମାର ସ୍ୱାଇଁ ଚଢ଼ାଉ କରିବାକୁ ଯାଇଥିବା ବେଳେ ମାଫିଆମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କୁ ଜଟଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏନେଇ ଜଟଣୀ ଥାନା ମାମଲା ଦାୟର କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ ଓ ଭୁବନେଶ୍ୱର ଏସିପି ତପନ ପଟ୍ଟନାୟକ ଜଟଣୀ ଥାନାରେ ପହଞ୍ଚି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି। ଆକ୍ରମଣକାରୀଙ୍କ […]

jatani

jatani

Rakesh Mallick
  • Published: Thursday, 02 March 2017
  • Updated: 02 March 2017, 09:00 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ରଥୀପୁର ଗାଁରେ ବେଆଇନ ଭାବେ ଚାଲିଥିବା ପଥର ଖଣିରେ ଜଟଣୀ ତହସିଲଦାର ବିଜୟ କୁମାର ସ୍ୱାଇଁ ଚଢ଼ାଉ କରିବାକୁ ଯାଇଥିବା ବେଳେ ମାଫିଆମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କୁ ଜଟଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏନେଇ ଜଟଣୀ ଥାନା ମାମଲା ଦାୟର କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ ଓ ଭୁବନେଶ୍ୱର ଏସିପି ତପନ ପଟ୍ଟନାୟକ ଜଟଣୀ ଥାନାରେ ପହଞ୍ଚି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ତହସିଲଦାରଙ୍କ  ଉପରେ ହୋଇଥିବା ଆକ୍ରମଣକୁ ଓଏଏଏସ୍‌ ଅଫିସର୍ସ ସଂଘ ନିନ୍ଦା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos