ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ସଂଖ୍ୟାକୁ ନେଇ ବିବାଦ  

ଭୁବନେଶ୍ୱର: ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କ ଖୋଜଖବର ମିଳୁ ନ ଥିବା ବେଳେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ସଂଖ୍ୟକ ହିତାଧିକାରୀ ଥିବା ନେଇ ବିବାଦ ଦେଖାଦେଇଛି। ଏହି ଯୋଜନାରେ କେଉଁଠି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହିତାଧିକାରୀ ଅଛନ୍ତି ତ ଆଉ କେଉଁଠି ରାସନ କାର୍ଡ ଇସ୍ୟୁ ହୋଇଥିଲେ ମଧ୍ୟ ନେବାକୁ କେହି ଆସୁ ନାହାନ୍ତି। ଏପରି ସ୍ଥିତିରେ ଯୋଜନାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଖାଦ୍ୟ ଯୋଗାଣ ବିଭାଗ ସଚିବ […]

rasan-card

rasan-card

Rakesh Mallick
  • Published: Tuesday, 08 March 2016
  • Updated: 09 March 2016, 03:45 AM IST

Sports

Latest News

ଭୁବନେଶ୍ୱର: ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କ ଖୋଜଖବର ମିଳୁ ନ ଥିବା ବେଳେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ସଂଖ୍ୟକ ହିତାଧିକାରୀ ଥିବା ନେଇ ବିବାଦ ଦେଖାଦେଇଛି। ଏହି ଯୋଜନାରେ କେଉଁଠି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହିତାଧିକାରୀ ଅଛନ୍ତି ତ ଆଉ କେଉଁଠି ରାସନ କାର୍ଡ ଇସ୍ୟୁ ହୋଇଥିଲେ ମଧ୍ୟ ନେବାକୁ କେହି ଆସୁ ନାହାନ୍ତି। ଏପରି ସ୍ଥିତିରେ ଯୋଜନାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି।

ଖାଦ୍ୟ ଯୋଗାଣ ବିଭାଗ ସଚିବ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରୁ ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, କଳାହାଣ୍ଡି ଓ ମାଲକାନଗିରିରେ ହିତାଧିକାରୀଙ୍କ ସଂଖ୍ୟା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଥିବା ଜଣାପଡିଛି। ଏହି ୬ଟି ଜିଲ୍ଲାରେ ୮୩,୯୪୮ ଜଣ ଆବେଦନକାରୀ ଅଛନ୍ତି। କୌଣସି ପରିସ୍ଥିତିରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ହିତାଧିକାରୀଙ୍କ ସଂଖ୍ୟା ଅଧିକ ହେବ ନାହିଁ, ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବାକୁ କୁହାଯାଇଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଆବେଦନକାରୀଙ୍କୁ ନୂଆ ରାସନ କାର୍ଡ ଇସ୍ୟୁ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ଅଧିକାଂଶ ଜିଲ୍ଲାରେ ବହୁ ସଂଖ୍ୟାରେ ରାସନ କାର୍ଡ ପଞ୍ଚାୟତ କାର୍ଯ୍ୟାଳୟରେ ପଡି ରହିଛି। ହିତାଧିକାରୀମାନେ ତୁରନ୍ତ କାର୍ଡ ସଂଗ୍ରହ କରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେତେ କାର୍ଡ ପଡି ରହିଛି ସରକାର ସ୍ପଷ୍ଟ କରୁ ନ ଥିବା ବେଳେ ଏହା ୧ ଲକ୍ଷ ଟପିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos